Site icon Awaj Media

ପିଡ଼ିଏସ ଚାଉଳ ନେଇ ଆସୁଥିବା ଟ୍ରକ ଦୁର୍ଘଟଣା ଗ୍ରସ୍ତ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ୧୩୦ କ୍ୱଣ୍ଟାଲ ପିଡ଼ିଏସ ଚାଉଳ ନେଇ ଆସୁଥିବା ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଘଟଣାରୁ ପ୍ରକାଶ କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ତ ଷୋମପୁର ବଜାର ନିକଟରେ କଟକ ସଦର ବ୍ଲକରୁ ୨୬୦ ବସ୍ତାରେ ୧୩୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ନେଇ ଷୋମପୁର ପଞ୍ଚାୟତ କଣ୍ଟ୍ରୋଲ ଦୋକାନକୁ ନେଇ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିଛି । ଟ୍ରକ ରେ ଥିବା ପିଡିଏସ ଚାଉଳ ପାଣିରେ ପଡି ନଷ୍ଟ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସହ ହେଲ୍ପର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ କଟକ ସଦର ବ୍ଲକ ଯୋଗାଣ ବିଭାଗ ଅଧିକାରୀ ପହଞ୍ଚି ଚାଉଳକୁ ଉଦ୍ଧାର କରିବା ନେଇ ତତ୍ପରତା ଦେଖାଇଛନ୍ତି ଏବଂ କିଶନନଗର ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version