ସାଲେପୁର ଆଦର୍ଶ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଲେପୁର ରେ ଆମ ପୋଲିସ କାର୍ଯ୍ୟକ୍ରମ ! ସାଲେପୁର ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତିର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସାଲେପୁର ଥାନା ଆଇଆଇସି ମନୋଜ କୁମାର ସ୍ଵାଇଁ ସାଇବର ଅପରାଧ ଉପରେ ଗୁରୁତ୍ୱାରୋପ କରିବା ସହିତ ସାଧାରଣ ଲୋକ ମାନେ କିଭଳି ସାଇବର ଫ୍ରଡ୍‌ ମାନଙ୍କ କବଳରୁ ନିଜକୁ ରକ୍ଷା କରିବେ ସେ ସମ୍ବନ୍ଧରେ ବିଭିନ୍ନ ପ୍ରକାର ଉପାୟ ବିଷୟରେ ଆଲୋଚନା କରିଥିଲେ । କୌଣସି ଅଜଣା ମୋବାଇଲ ଆପ ଇନଷ୍ଟଲ ନକରିବା ସହିତ କାହାକୁ ଓଟିପି ନଦେବା ପାଇଁ ପରାମର୍ଶ ଦେଇଥିଲେ । ୨୦୧୯ ରୁ ୨୦୨୪ ମସିହା ମଧ୍ୟରେ ସାଇବର କ୍ରାଇମ ୮୪% ବଢିଥିବା ବିଷୟ ରେ ସୂଚନା ଦେଇଥିଲେ। ଏହା ସହିତ ଆଗକୁ ଦଶହରା ପର୍ବ ଆସୁଥିବାରୁ ଭସାଣିରେ ଡିଜେ ନ ବଜାଇବାକୁ ସମସ୍ତ ପୂଜା ମଣ୍ଡପ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ବୈଠକ କେବଳ ଥାନା ପରିସରରେ ନକରି , ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ କରିବା ପାଇଁ ସ୍ଥିର କରାଯାଇଥିଲା । ସାଲେପୁର ଥାନା ଏସ୍‌ଆଇ ଧୀରେନ୍ଦ୍ର ମଲ୍ଲିକ, ଏସ୍‌ଆଇ ସନ୍ତୋଷ କୁମାର ବେହେରା ଆଲୋଚନାରେ ଭାଗ ନେଇଥିବା ବେଳେ ଏଏସ୍‌ଆର ନୀଳମାଧବ ପଣ୍ଡା ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *