Site icon Awaj Media

ଦଶମ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଦଶମ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛ। ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି ବୈଠକର ଶୁଭାରମ୍ଭ କରିଥିଲେ।ପରେ ନୂତନ ଭାବେ ନବ ନିର୍ବାଚିତ ବିଧାୟକଙ୍କୁ ବ୍ଳକ ଅଧ୍ୟକ୍ଷ ଏନ. ବୀରରାଜୁଙ୍କ ସମେତ ପଞ୍ଚାୟତ ସମିତିର ଜନ ପ୍ରତିନିଧି ପୁଷ୍ପଗୁଚ୍ଛ ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧନା କରିଥିଲେ।ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି ବୈଠକରେ ମଞ୍ଚା ସିନ ଭାବେ ବ୍ଳକ ଅଧ୍ୟକ୍ଷ ଏନ. ବୀରରାଜୁ,ବ୍ଳକ ଉପାଧ୍ୟକ୍ଷ ଏସ୍ ଅନୁସୂୟା ଦେବୀ,ଜିଲ୍ଲା ପରିଷଦ ସଭ୍ୟ ଏସ୍ ବାଲରାଜୁ,ଜିଲ୍ଲା ପରିଷଦ ସଭ୍ୟା ନିଳାବତୀ ପାରିକା, ସହକାରୀ ନିର୍ବାହି ଯନ୍ତ୍ରୀ ସସ୍ମିତା ଜେନା ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକ ବ୍ଳକ ଅଧ୍ୟକ୍ଷ ଏନ.ବୀରରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂସଦ ପ୍ରତିନିଧି ଜଗନ୍ନାଥ ପରିଡ଼ା ଯୋଗ ଦେଇଥିଲେ। ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅଶୋକ କୁମାର ପାତ୍ର ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ।ସ୍ୱାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ,ଶିଶୁ ବିକାଶ ପ୍ରକଳ୍ପ ବିଦ୍ୟୁତ ବିଭାଗ, ପାନୀୟ ଜଳ ଏହି ଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା।ଯେଉଁ ବିଭାଗ ଅଧିକାରୀ ମାନେ ଅନୁପସ୍ଥିତ ଥିଲେ ସେମାନଙ୍କ ଜିଲ୍ଲା ପ୍ରଶାସନ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପାଇଁ ଗୃହରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Exit mobile version