Site icon Awaj Media

70 ତମ ବନ୍ୟପ୍ରାଣୀ ସପ୍ତାହ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଦେବଗିରି ବନାଞ୍ଚଳ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ 70 ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇ ଯାଇଛି।ରାଜନହର ଛକ ଠାରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରି ସଚେତନତା କରାଇ ଥିଲେ ।ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟାଞ୍ଚଳ ଅଧିକାରୀ ବ୍ରହ୍ମ।ନନ୍ଦ ସାହୁ,ବନପାଳ ପି. ଭେଙ୍କେଟ ରାବାଣା,ବନପାଳ ଦିବାକର ଲେଙ୍କା,ବନପାଳ ପ୍ରସାଦ ନାୟକ, ବନ ପାଳ ଗଣେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ପଦଯାତ୍ରା କରିଥିଲେ।ଏହି ବନ୍ୟପ୍ରାଣୀ ସପ୍ତାହ ପାଳନର ଲକ୍ଷ୍ୟ ହେଉଛି ବନ୍ୟପ୍ରାଣୀଙ୍କ ସୁରକ୍ଷା କିପରି କରାଯିବ ଏବଂ ତାର ରକ୍ଷଣାବେକ୍ଷଣ କରିବା ସହ ଜଙ୍ଗଲର ସଂରକ୍ଷଣ ଏବଂ ଜଙ୍ଗଲର ସୁରକ୍ଷାକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ସଚେତନତା କରାଯାଇଥିଲା।ଏହି ସଚେତନତା ରାଲୀରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପୋଲିସ କର୍ମୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନଗର ପରିକ୍ରମା ସଚେତନତା କରାଇଥିଲେ।

Exit mobile version