Site icon Awaj Media

ଅଂଶୁପା ରେ କଟକ ଜିଲ୍ଲା ଡିଜିଟାଲ ମିଡ଼ିଆ ମହାସଂଘ ଶାଖାର ବ୍ଲକ ସ୍ତରୀୟ ସମାବେଶ ଏବଂ ପ୍ରସ୍ତୁତି ବୈଠକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଂଶୁପା ସର୍କିଟ ହାଉସ ରେ କଟକ ଜିଲ୍ଲା ଶାଖାର ବ୍ଲକ ସ୍ତରୀୟ ସମାବେଶ ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ! ରାଜ୍ୟ କମିଟି ସଂଗଠନ ସମ୍ପାଦକ ଅକ୍ଷୟ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆଠଗଡ , ତିଗିରିଆ , ବାଙ୍କୀ , ଡମପଡା ଏବଂ ବାରଂଗ ବ୍ଲକ ର ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ସାମିଲ ହୋଇଥିଲେ ! ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ, ଯୁଗ୍ମ ସମ୍ପାଦକ ପ୍ରସନ୍ନ ଦାସ, ଉପ ସଭାପତି ଶଙ୍କର୍ଷଣ ମହାପାତ୍ର , ରାଜ୍ୟ ମିଡ଼ିଆ ସଂଯୋଜକ ବର୍ଷା ଦାସ , ସଦସ୍ୟ ସୁଜାତା ଗୋସ୍ୱାମୀ , ପ୍ରଦୀପ ରାଜ , ଅଶୋକ ରଣା ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ! କଟକ ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟରେ ବାଙ୍କୀ ଏବଂ ଡମପଡା ବ୍ଲକ ସାମ୍ବାଦିକ ସାଙ୍ଗଠନିକ ବୈଠକରେ ଆଲୋଚନା କରିଥିବା ସମୟରେ ଆଜି ଉଭୟ ବ୍ଲକ ର କମିଟି ଚୟନ ସର୍ବ ସମ୍ମତି କ୍ରମେ ହୋଇଥିଲା ! କାର୍ଯ୍ୟକ୍ରମ ଅବସରରେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଉପସ୍ଥିତ ରହି , ଜନସଚେତନତାରେ ଡିଜିଟାଲ ମିଡ଼ିଆ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ! ସେହିପରି ସୁବର୍ଣ୍ଣପୁର ବିଟ ହାଉସ ଅଧିକାରୀ ପ୍ରସନ୍ନ କୁମାର ମାହାଳି ମଧ୍ୟ ବୈଠକରେ ପହଂଚି ଡିଜିଟାଲ ମିଡ଼ିଆ ର ଦାବୀ ଯଥାର୍ଥ ବୋଲି କହିବା ସହିତ ସାମ୍ବାଦିକ ସୁରକ୍ଷାରେ ତାଙ୍କ ବିଭାଗ ଯଥେଷ୍ଟ ଯତ୍ନବାନ ବୋଲି କହିଥିଲେ !

ବାଙ୍କୀ ଡିଜିଟାଲ ମିଡ଼ିଆ ୟୁନିୟନ ର ସଭାପତି ଭାବରେ ମାନସ ରଞ୍ଜନ ସାହୁ , କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର , ସମ୍ପାଦକ ସୁବ୍ରତ କୁମାର ନାୟକ , ଉପ ସଭାପତି ସୁଶାନ୍ତ କୁମାର ନାୟକ , ସହ ସମ୍ପାଦକ ଆଦିତ୍ୟ ପାଇଟାଲ , ଡିଜିଟାଲ ମିଡ଼ିଆ ସାମ୍ବାଦିକ କଲ୍ୟାଣ ପାଣ୍ଠିର ସଂଯୋଜକ ଭାବରେ ଶୁଭେନ୍ଦୁ ମହାପାତ୍ର , ଜିଲ୍ଲା କମିଟି ସଦସ୍ୟ ଭାବରେ ପୂର୍ନେନ୍ଦୁ ନାୟକ ମନୋନୀତ ହୋଇଛନ୍ତି ! ଆଗାମୀ ଦିନରେ କଟକ ଜିଲ୍ଲା ସଂଗଠନ କମିଟି ଗଠନ ଏବଂ କଟକ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ପାଇଁ ଯୋଜନା ହୋଇଥିବା କଥା ସଂଗଠନ ସମ୍ପାଦକ ଅକ୍ଷୟ ଚାନ୍ଦ ପ୍ରକାଶ କରିଛନ୍ତି ! ଡିଜିଟାଲ ମିଡ଼ିଆ ସାମ୍ବାଦିକ ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ର ଦାବୀ କରି କାର୍ଯ୍ୟକ୍ରମ ଆରମ୍ଭ କରିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! କଟକ ଜିଲ୍ଲାରେ ଆରମ୍ଭ ହୋଇଥିବା ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକରେ ବ୍ଲକ କମିଟି ଗଠନ ସହିତ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ! କଟକ ଜିଲ୍ଲାର ବାଙ୍କୀ , କଟକ ସଦର ମହକୁମା , ସାଲେପୁର , ବଡମ୍ବା ରେ ବୈଠକ ଆୟୋଜନ ପରେ ଆଜି ପଞ୍ଚମ ପର୍ଯ୍ୟାୟ ବୈଠକ ଅଂଶୁପା ରେ ଆୟୋଜିତ ହୋଇଥିଲା !

Exit mobile version