Site icon Awaj Media

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ପରିସରରେ ଥିବା ଡିପ୍ଲୋମା ଇଂଜିନିୟର ସେବା ସଂଘର ନୂତନ କୋଠା ଗୃହର କନଫେରାନ୍ସ ହଲ ଠାରେ ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଡିପ୍ଲୋମା ଇଂଜିନିୟର ସଭାପତି ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, କେନ୍ଦ୍ରୀୟ ସଭାପତି ଇଂଜିନିୟର ଶ୍ରୀକାନ୍ତ ମହାପାତ୍ର, ଇଂଜିନିୟର କେ ନାଗେଶ୍ୱର ସେନାପତି, ଇଂଜିନିୟର ଶିବ ପ୍ରସାଦ ପାଳ,ଦକ୍ଷିଣାଞ୍ଚଳ ମହା ମଣ୍ଡଳ ସମ୍ପାଦକ ଇଂଜିନିୟର ରମା କାନ୍ତ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ବିଭିନ୍ନ ସମସ୍ୟା, ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରି କିପରି ସମସ୍ୟା ସମାଧାନ ହୋଇ ପାରିବ ତାହା ଉପରେ ଆଲୋଚନା ହୋଇ ଥିଲା। ପରେ ଡିପ୍ଲୋମା ଇଂଜିନିୟରିଂ ସେବା ସଂଘର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା।ଏହି କର୍ମକର୍ତ୍ତା ଚୟନରେ ସଭାପତି ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଉପ ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ପରାମର୍ଶ ଦାତା ଭାବେ ଶିବ ପ୍ରସାଦ ପାଳ, ସମ୍ପାଦକ ସି ଏଚ ଉମା ଶଙ୍କର ପାତ୍ର, ସହ ସମ୍ପାଦକ (ଫାଇନ୍ସ) ସୌରଭ ପଟ୍ଟନାୟକ,ସହକାରୀ ସମ୍ପାଦକ ସୁଜାତା କୁମାରୀ ଗୌଡ଼,ଅଡିଟର ଦିବାକର ବିଶୋଇ, ଏଗଜୁଟିଭ ବଡି ମେମ୍ବର ମମତା ସ୍ୱାଇଁ, ବିନୋଦ କୁମାର କିଷାନ,ବିଷ୍ଣୁ ଚରଣ ମହାନ୍ତି, ଅରୁଣ କୁମାର ଜେନା ଦିବାକର ଦାସ,ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ନୂତନ ଭାବେ ଚୟନ ହୋଇଛନ୍ତି। ଇଂ ନାଗେଶ୍ୱର ସେନାପତି, ଅତିରିକ୍ତ ଜରର୍ଣ୍ଣାଲ ସମ୍ପାଦକ ଉପସ୍ଥିତ ରହି ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ଓ ସମସ୍ତ ବ୍ଲକର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଶେଷରେ ସଭାପତି ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version