Site icon Awaj Media

ରୋଭର୍ସ ଓ ରେଞ୍ଜର୍ସ ଙ୍କ ଦ୍ଵାରା “କୁପୋଷଣ ପ୍ରତିକାର” ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ର ରୋଭର ଓ ରେଞ୍ଜର ମାନଙ୍କ ଦ୍ୱାରା ପୋଷ୍ୟ ଗ୍ରାମ୍ୟ ବେଙ୍ଗରାଜ ପଲ୍ଲୀ ରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା,ରୋଭର ଲିଡର ଶ୍ରୀଯୁକ୍ତ ଆଦିତ୍ୟ ସାରଥୀ ବେଦମତ୍ତା , ରେଞ୍ଜର ଲିଡର ସୁଶ୍ରୀ ଉତ୍କଳିକା ପାଢ଼ୀ, ପୂର୍ବତନ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ବୈରାଗୀ ଚରଣ ବଳ, ସମାଜ ସେବୀ ଶ୍ରୀଯୁକ୍ତ ରବିନାରାୟଣ ପାଲ୍ ଙ୍କ ଉପସ୍ଥିତି ରେ ଏକ “କୁପୋଷଣ ନିରାକରଣ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଏକକ ଅଭିନୟ, ନୃତ୍ୟ ପରିବେଷଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଅଧ୍ଯକ୍ଷ ଶ୍ରୀ ହୋତା ଗ୍ରାମବାସୀ ମାନଙ୍କୁ ନିଜ ବାଡ଼ିରେ ସଜନା ଛୁଇଁ, ଅମୃତ ଭଣ୍ଡା,ଶାଗ, ପନିପରିବା ଚାଷ କରି ପିଲା ମାନଙ୍କୁ ମାଣ୍ଡିଆ,ଚୂଡା,ଛତୁଆ, ଗଜାମୁଗ,ଗଜାବୁଟ ଖାଇବା ଅଭ୍ୟାସ କରିବା ପାଇଁଁ ପରାମର୍ଶ ଦେଇଥିଲେ। ଶ୍ରୀଯୁକ୍ତ ବଳ ସୁଷମ ଖାଦ୍ୟ ଓ କ୍ରୀଡ଼ା ର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ଶ୍ରୀଯୁକ୍ତ ପାଲ୍ ପିଲାମାନଙ୍କୁ ଅଣ୍ଡା, କଦଳୀ ଓ ବିସ୍କୁଟ ବିତରଣ କରିଥିଲେ। ଶ୍ରୀଯୁକ୍ତ ବେଦମତ୍ତା ପୋଷଣ ଖାଦ୍ୟ ର ଆବଶ୍ୟକତା ବିଷୟରେ ମନ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ରୋଭର ତୁଷାର କାନ୍ତ ମଲ୍ଲିକ, ରେଞ୍ଜର ଚିନ୍ମୟୀ ମିଶ୍ର,ରୋଭର ସଂଗ୍ରାମ କେଶରୀ ପ୍ରଧାନ,ରୋଭର ଆକାଶ ବେହେରା, ରେଞ୍ଜର ମୋନାଲିସା ବେହେରା ଓ ରେଞ୍ଜର ଗାୟତ୍ରୀ ସାହୁ ପରିଚାଳନା କରିଥିଲେ। ପୁରାତନ ରୋଭର ମିଥୁନ, ସୁନିଲ୍, ସାଇପ୍ରସାଦ ଓ ସଞ୍ଜିତ ଯୋଗ ଦେଇଥିଲେ। ରେଞ୍ଜର ଲିଡର ସୁଶ୍ରୀ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।

Exit mobile version