Site icon Awaj Media

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସହାୟତା ପ୍ରଦାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଦୁର୍ଘଟଣା ଗ୍ରସ୍ତ ହୋଇ ବସ ଡ୍ରାଇଭର କୈଳାସ ମହାରଣାଙ୍କର ମୃତ୍ୟୁରେ କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ କୈଳାସ ମହାରଣାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା । ସ୍ୱର୍ଗତ ମହାରଣାଙ୍କ ପୁତ୍ର ସୁରେଶ ମହାରଣାଙ୍କୁ କଟକ ମୋଟର କର୍ମଚାରୀ ୟୁନିଅନର ପକ୍ଷରୁ ସଧାରଣ ସମ୍ପାଦକ ଶିଶିର କୁମାର ଲେଙ୍କା ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଉକ୍ତ ଶୋକସଭାରେ ସହ ସମ୍ପାଦକ ଗଗନ ପରିଡା, ହିରାଲାଲ୍ ପଣ୍ଡା, ଚକ୍ରବର୍ତୀ ଓତା, କୋଷାଧ୍ୟକ୍ଷ ବିଭୁତି ଭୂଷଣ ରାଉତ, ସୋମନାଥ ସାହୁ, ଅଚ୍ୟୁତ ଙ୍ଖୁଟିଆ, ଶ୍ରୀକାନ୍ତ ଛାଟକ, ରଘୁନାଥ ବାରିକ୍, ନାରାୟଣ ନାୟକ, ରାକେଶ ରାଉତ, ଗୌରାଙ୍ଗ ବେହେରା, ଅନିଲ ବାରିକ, ସାଗର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version