Site icon Awaj Media

ବାଣପୁର ରେ ସ୍ୱର୍ଗତ ଲକ୍ଷ୍ମୀଧର ଭୋଳ ଙ୍କ ଅଷ୍ଟାଦଶ ଶ୍ରାଦ୍ଧବାର୍ଷିକ ସମାରୋହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଲକ୍ଷ୍ମୀଧର ଭୋଳଙ୍କ ଅଷ୍ଟଦଶ ତମ ଶ୍ରାଦ୍ଧତ୍ସବ ସମାରୋହ ପାଳନ ହୋଇଯାଇଛି l ଉକ୍ତ ଶ୍ରାଦ୍ଧଉତ୍ସବ ସଭାରେ ବାଣପୁର ଅଞ୍ଚଳର ସୁସାହିତ୍ୟିକ, କବି, ରାଜନେତା ଓ ସମାଜସେବୀ, ସାମ୍ବାଦିକ ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ଓ ସ୍ୱର୍ଗତ ଲକ୍ଷ୍ମୀଧର ଭୋଳ ପୁଅ ଝିଅ ମାନଙ୍କ ଉପସ୍ଥିତ ରେ ପାଳିତ ହୋଇଯାଇଛି l ସକାଳ ସମୟରେ ବାଣପୁର ଯୋଗି ପୋଖରୀରେ ସ୍ବର୍ଗତ ଭୋଳ ଙ୍କ ପରିବାର ବର୍ଗ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ସମସ୍ତ ଛାତ୍ରୀ ମାନଙ୍କ ଉପସ୍ଥିତି ରେ ତିଳ ତର୍ପଣ କାର୍ଯକ୍ରମ ହୋଇଥିଲା। ପରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା କାର୍ଯ୍ୟରେ ଅତିଥି ରୂପେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ବରିଷ୍ଟ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଗୋଦାବରୀଶ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଶରତ କୁମାର ସ୍ବାଇଁ,  ସ୍ବର୍ଗତ ଭୋଳ ଙ୍କ ପୁତ୍ର ଜଗନ୍ନାଥ ଭୋଳ ଙ୍କ ସମେତ ବାଣପୁର ବାର୍ ଆସୋସିସନ୍ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଅତିଥି ଭାବରେ ଯୋଗଦେଇ ଥିଲେ। ପରେ ପରେ ବିଦ୍ୟାଳୟର ନିର୍ମାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ପ୍ରତିଛବିରେ ପୁଷ୍ପ ମାଳ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟର ନିର୍ମାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳ ଙ୍କ ଅବଦାନ ଓ ସଫଳତାର ବିଷୟରେ ସ୍ମୃତିଚାରଣ କରା ଯାଇଥିଲା । କେଉଁ ଭଳି ଭାବରେ ବାଣପୁରର ଏକମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ସଫଳତାର ସହିତ ଉନ୍ନତି ଦିଗରେ କାର୍ଯ୍ୟକ୍ଷମ ହୋଇପାରିବ ଓ ଛାତ୍ରୀ ମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ସେ ଦିଗରେ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସୁପୁତ୍ର ଆଡ଼ଭୋକେଟ ଜଗନ୍ନାଥ ଭୋଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

Exit mobile version