Site icon Awaj Media

ଶ୍ରୀ ଶ୍ରୀ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ଶ୍ରୀ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ ! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ରେ ମାଆ ଶ୍ରୀ ଶ୍ରୀ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ ହେଉଅଛି । ମାଆ କାଞ୍ଚି କାମାକ୍ଷୀ ହେଉଛନ୍ତି ସୁନାରୀ ମାନଙ୍କର ଇଷ୍ଟ ଦେବୀ । ଏହି ପୂଜା କଲେ ସୁଖ, ଶାନ୍ତି, ଧନ, ସମ୍ପତ୍ତି ମାନ ଯଶ ସମୃଦ୍ଧି ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ପରିବାରର ମଙ୍ଗଳ ଆରୋଗ୍ୟ ପ୍ରଭୃତି ପ୍ରବୃତ୍ତି କାମନା କରି ଏହି ପୂଜା କରାଯାଏ । ଏହି ପୂଜା 5 ଦିନ ଧରି ଅନୁଷ୍ଠିତ ହେବ , ସକାଳୁ ମାଆଙ୍କ ନିକଟରେ କୁମ୍ଭ, ଦୀପ, ଧୂପ, ନୈବେଦ୍ୟ, ଫୁଲ, ଫଳ,ହୋମ, ଯଜ୍ଞ ସହ ଆଳତୀ କରାଯାଏ । ସନ୍ଧ୍ୟା ସମୟରେ ମାଆଙ୍କ ଦର୍ଶନ କରିବା ସହ ସନ୍ଧ୍ୟା ଆଳତୀ ଦେଖିବା ଓ ମାଆଙ୍କ ଆଶୀର୍ବାଦ ନେବା ପାଇଁ ଭକ୍ତଙ୍କ ସମାଗମ ହେଉଛି । ଦୀର୍ଘ 15 ବର୍ଷ ହେବ ଏହି ପୂଜା କରାଯାଉଛି । ଆଶ୍ୱିନ ମାସରେ ଏହି ପୂଜା କରାଯାଏ ଓ ଦଶହରା ପରେ ବିସର୍ଜନ କରାଯାଏ !

Exit mobile version