Site icon Awaj Media

ଜାଲରେ ପଡିଲା କୁମ୍ଭୀର ଛୁଆ : ବସପୁର ରେ ପୁଣି କୁମ୍ଭୀର ଆତଙ୍କ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଜାଲରେ ପଡିଲା କୁମ୍ଭୀର ଛୁଆ । ବସପୁର ଆରିପଦା ଗାଁର ଜଣେ ମାଛ ଧରାଳି ମାଛ ଧରୁଥିବା ବେଳେ ଏକ କୁମ୍ଭୀର ଛୁଆ ଜାଲରେ ଲାଗିଛି । ଗ୍ରାମବାସୀ ମାନେ ବନ ବିଭାଗ ଙ୍କୁ ଜଣାଇ କୁମ୍ଭିରଟିକୁ ହସ୍ତାନ୍ତର କରିଛନ୍ତି । ତେବେ କିଛି ବର୍ଷ ପରେ ପୁଣି ଲୁଣା ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ରାତିରେ ଅlରିପଦା ଗାଁ ଦୋଳ ଗୋବିନ୍ଦ ମଳିକ ଓ ବିଜୟ କୁମାର ସାହୁ ଲୁଣl ନଦି କୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲ ରେ ଏକ ଥଣ୍ଟିଆ କୁମ୍ଭୀର ଛୁଆ ଲାଗିଥିଲା । ସକାଳୁ ବନ ବିଭାଗ କୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଂଚି କୁମ୍ଭୀରଟି କୁ ନନ୍ଦନ କାନନ ନେଇଥିଲେ ! ତେବେ ଛୁଆ କୁମ୍ଭୀର ନଦୀକୁ ଆସିଥିବା ରୁ ମା କୁମ୍ଭୀର ତଥା ବଡ଼ କୁମ୍ଭୀର ମଧ୍ୟ ନଦୀରେ ରହିଥିବା ବନପାଳ ସୁକାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଡେରାବିଶ ବସପୁର ରେ କୁମ୍ଭୀର ଧରା ହେବl ପରେ ଅଞ୍ଚଳ ରେ ପୁଣି କୁମ୍ଭୀର ର ଆତଙ୍କ ଖେଳି ଯାଇଛି ।

Exit mobile version