Site icon Awaj Media

ସାତ ବଖରା ଘରେ ସରିଲା ମହା ଅଷ୍ଟମୀ ପୂଜା : ମହା ନବମୀ ପୂଜା ଓ ବାହାର ପର୍ବ ର ଶେଷ ପର୍ଯ୍ୟାୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଙ୍କ ସାରଦୀୟ ଦୁରଗୋସ୍ଥବ ର ଶେଷ ପର୍ଯ୍ୟାୟ ବାହାର ପର୍ବ ଶେଷ ହୋଇଛି । ପ୍ରତିପଦା ତିଥି ଓ ସଙ୍କରାନ୍ତି ରୁ ବାଣପୁର ବଜାର ସାତବଖରା ପର୍ବ ଗୃହ ରେ ଆରମ୍ଭ ହେଇଥିବା ବାହାର ପର୍ବ ଆଜି ମହାଷ୍ଟମୀ ରେ ଶେଷ ହେବା ପରେ ଶୁକ୍ରବାର ଦିନ ମା ଭଗବତୀ ଙ୍କ ପିଠ ଓ ସାତ ବଖରା ଗୃହରେ ମହାନବମୀ ପୂଜା ଆରମ୍ଭ ହୋଇଛି.ଏହି ଉପଲକ୍ଷେ ଆଜି ମଧ୍ୟରାତ୍ରି ରେ ବିଶେଷ ପୂଜା ଅର୍ଚନା ଅନୁଷ୍ଠିତ ହେବ .ରାଜ୍ୟର ଅନ୍ୟ ଶକ୍ତିପୀଠ ତୁଳନାରେ ମା ଭଗବତୀ ଙ୍କ ପୀଠରେ ନିଆରା ଢଙ୍ଗରେ ପାଳନ ହୁଏ ଦୁରଗୋସ୍ଥବ.ଦୁରଗୋସ୍ଥବ ର 6 ମାସ ପୂର୍ବରୁ ପୀଠରେ ଆରମ୍ଭ ହୋଇଯାଏ ପ୍ରସ୍ତୁତି.ମା ଭଗବତୀ ଙ୍କ ଷୋଡଶ ଦିନ ବ୍ୟାପି ଶାରଦୀୟ ପୂଜାରେ ଯୋଗଦେବା ପାଇଁ ବର୍ଷ ର ବିଭିନ୍ନ ତିଥିରେ ନିଜର ଭଉଣୀ ମା ନାରାୟଣୀ, ମା କାଳିଜାଇ, ମା ବିରଜାଈ ଙ୍କୁ ଭଗବତୀ ନିମନ୍ତ୍ରଣ କରିଥାନ୍ତି.ମାଙ୍କ ଅନ୍ୟ ଦୁଇ ଭଉଣୀ ଭଗବତୀ ମନ୍ଦିର ରେ ବିଜେ କରିଛନ୍ତି. ଆଶ୍ୱିନ କୃଷ୍ଣ ପକ୍ଷ ସପ୍ତମୀ ରେ ସହସ୍ର କୁମ୍ଭ ବରଣ ପରେ ମୂଳଷ୍ଟମୀ ରୁ ଭେଟ ଅମାବାସ୍ୟା ପର୍ଯ୍ୟନ୍ତ ମାଙ୍କ ମୁଖ୍ୟ ମନ୍ଦିର ରେ ଭିତର ପର୍ବ ଓ ମଶାଷ୍ଟମୀ ପର୍ଯ୍ୟନ୍ତ ସାତ ବଖରା ପର୍ବ ଗୃହ ରେ ବାହାର ପୂଜା ଅନୁଷ୍ଠିତ ହୋଇଛି.ମା ଭଗବତୀ, ମା ବିରଜାଈ,ମା କାଳିଜାଇ, ମା କନକ ଦୁର୍ଗା ଙ୍କ ସମେତ ବ୍ରାହ୍ମୀ, ମାହେଶ୍ୱରୀ,ବାରାହୀ, କୌମାର୍ଜି,ଇନ୍ଦ୍ରାଣୀ, ନରସିଂହୀ,ଓ ଚାମୁଣ୍ଡା ଙ୍କର ଦେଖେଶ୍ଵର ମନ୍ଦିର ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ସାତ ବଖରା ଗୃହରେ ପରମ୍ପରା ମୁତାବକ ନୀତିକାନ୍ତି ଓ ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି ।।

Exit mobile version