ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅନଗ୍ରସ ନିୟତି ସ୍କୁଲ୍ ରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା ! ସ୍କୁଲ ର ଅଧ୍ୟାପିକା ସ୍ନେହଲତା ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ DlAS ଶ୍ରୀ ବିମଳ ରାଉତ ମହୋଦୟ ଯୋଗ ଦେଇ ପିଲାମାନଙ୍କ ସ୍ବାସ୍ଥ୍ୟ ବିଷୟରେ କହିଥିଲେ ! ଶ୍ରବଣଶକ୍ତି, ଏବଂ କହିବା ଶକ୍ତି ଉପରେ ବହୁତ୍ ସୁନ୍ଦର ଭାବରେ ବୁଝାଇଥିଲେ ! ନିୟତି ସ୍କୁଲ୍ ସମ୍ପାଦିକା ଶ୍ରୀମତି ତନୁଜା ଶତପଥି ପିଲାମାନଙ୍କ ମଙ୍ଗଳ କାମନା କରିଥିଲେ, ସେ କହିଥିଲେ, ସମର୍ଥ ଅଛନ୍ତି ପିଲାମାନେ ବହୁତ୍ କିଛି ଆଗକୁ କରିପାରିବେ, ଭୌତିକ ଚିକିତ୍ସକ ଡ୍ ଅରୁଣ କୁମାର ନାୟକ ଯୋଗ ଦେଇ ଭୌତିକ ଚିକିତ୍ସା ଉପରେ କହିଥିଲେ, ଏହି କାର୍ଯ୍ୟକ୍ରମ କୁ ଜ୍ୟୋତ୍ସ୍ନା ଡାକୁଆ, ସୁନିତ ଗମାଙ୍ଗ ପରିଚାଳନାରେ ସହଯୋଗ କରିଥିଲେ, ଶେଷରେ ଅରୁଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ !
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ !!!

