Site icon Awaj Media

ସାଲେପୁର ରେ ପ୍ରକାଶ ବେହେରା ଙ୍କ ଶକ୍ତି ପ୍ରଦର୍ଶନ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଲେପୁର ରେ ପ୍ରକାଶ ବେହେରା ଙ୍କ ଶକ୍ତି ପ୍ରଦର୍ଶନ ! ବିଜେଡିରୁ ପ୍ରକାଶ ଇସ୍ତଫା ପରେ ଶକ୍ତି ପ୍ରଦର୍ଶନ କଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ନିଜ ସମର୍ଥକଙ୍କ ଗହଣରେ ଶାରଦୀୟ ଦୁର୍ଗାପୂଜା ରେ ତଥା ନିଜ ଜନ୍ମଦିନରେ ଶକ୍ତି ପ୍ରଦର୍ଶନ କଲେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ବିଜେଡିରୁ ଇସ୍ତଫା ଦେବା ପରେ ଆଜି କଟକ ଜିଲ୍ଲା ସାଲେପୁର ବ୍ଳକ୍ ଗୁଜରପୁର ସ୍ଥିତ କାର୍ଯ୍ୟଳୟରେ ପୂଜାର୍ଚ୍ଚନା କରି ନିଜର ସମର୍ଥକଙ୍କ ଗହଣରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଯେଭଳି ଜନସାଧାରଣଙ୍କ ଗହଣରେ ରହି ଲୋକଙ୍କ ସୁଖଦୁଃଖରେ ସାମିଲ ଥିଲେ ସେହିଭଳି ଭାବେ ଏବେ ପୁନର୍ବାର ସାଲେପୁର ବାସୀଙ୍କ ସୁଖଦୁଃଖରେ ରହି ରାଜନୀତି ସରଗରମ କରିବେ ବୋଲି ସୂଚନା ଦେଇଛନ୍ତି । ଲୋକମାନଙ୍କ ପାଖରେ ରହିବା, ଲୋକମାନଙ୍କ ସୁଖଦୁଃଖରେ ରହିବା ତଥା ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ ନେଇ ସେ ରାଜନୀତିରେ ଥିବା କହିବା ସହ ଇସ୍ତଫା ଦେବା ପରେ ସେହି ପ୍ରକ୍ରିୟାକୁ ନୂତନ ରୂପରେ ଆରମ୍ଭ କରାଯିବବୋଲି କହିଛନ୍ତି । ଲୋକମାନଙ୍କ ମତାମତକୁ ନେଇ ଆଗାମୀ ଦିନରେ ସେହି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ତାଙ୍କ ଇସ୍ତଫା ବିକେଡି ପାଇଁ କୌଣସି ଫରକ ପଡିବ ନାହିଁ ବୋଲି ସାଲେପୁର ବିଧାୟକ ଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି ପୂର୍ବତନ ବିଧାୟକ ପ୍ରକାଶ ବେହେରା କହିଛନ୍ତି ।

Exit mobile version