Site icon Awaj Media

ପୋଡ଼ାଡିହରେ ରାଜ୍ୟ ସ୍ତରୀୟ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ଗ୍ରାମରେ ମା ହର ପାର୍ବତୀ ନାଟ୍ୟ ସଂସଦ ପକ୍ଷରୁ ଦଶହରା ପର୍ବ ଉପଲକ୍ଷେ ଗ୍ରାମବାସୀଙ୍କ ସହଯୋଗରେ ରାଜ୍ୟ ସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଛି । ଏଥିରେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତା ଓ କାର୍ତ୍ତିକ ଜେନା ଓ ଶିକ୍ଷକ ପଠାଣି କୁମାର ସାହୁଙ୍କ ଯୁଗ୍ମ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ପତ୍ରକାର ମହାସଂଘର ସଭାପତି ତଥା ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ରୋନିକଲ ସମ୍ପାଦକ ଡ଼ଃ ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟବକ୍ତା, ଗାୟକ ଅଳଙ୍କାର ଶ୍ୟାମ ସୁନ୍ଦର ତ୍ରିପାଠୀ, ଶିକ୍ଷାବିତ ବିଜୟ କୁମାର ସାମନ୍ତରାୟ, ସରପଂଚ ଲତା ସେଠୀ, ସମିତି ସଭ୍ୟ ଅଲେଖ ବେହେରା, ସ୍ଥାନୀୟ ସେବା ସମବାୟ ସମିତିର ସଭାପତି ସୁଦର୍ଶନ ମାଣିକ, ସମାଜସେବୀ ପ୍ରଭାକର ମହାନ୍ତି ଓ ସିରିଏଲ କଳାକାର ତଥା ସମାଜସେବୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟକ ସମସ୍ତଙ୍କୁ ଏକାଠି କରି ଭାଇଚାରାର ବାର୍ତ୍ତା ବହନ କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ବ୍ୟକ୍ତି ବିଶେଷଙ୍କୁ ଦଶହରା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଭୁବନେଶ୍ଵର ଉତ୍କଳ ନାଟ୍ୟ ଚେତନା ଓ ପତନିବର ବାଉତି ନାଟ୍ୟ ସଂସଦଙ୍କୁ ନଗଦ ୪୦ ହଜାର ଓ ୩୦ ହଜାର ଟଙ୍କା ସହ ସିଲକପ ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ । ଶେଷରେ ସମାଜସେବୀ ବାଉରୀ ଶ୍ରୀ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version