Site icon Awaj Media

ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଗାରାବନ୍ଧ ଠାରେ ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇ ଯାଇଛି । ଗାରାବନ୍ଧ ସରକାରୀ ଶ୍ରୀ ଭେଙ୍କେଟେସ୍ୱର ଉଚ୍ଚ ବିଦ୍ୟାଳୟ ଠାରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରି ସଚେତନତା କରାଇଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ, ବନପାଳ ଏମ୍ କାମେଶ୍ୱର ରାଓଙ୍କ ସମେତ , ବନାଞ୍ଚଳ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି ପଦଯାତ୍ରା କରିଥିଲେ । ବନ୍ୟପ୍ରାଣୀ ସପ୍ତାହ ପାଳନର ଲକ୍ଷ୍ୟ ହେଉଛି ବନ୍ୟପ୍ରାଣୀଙ୍କ ସୁରକ୍ଷା କିପରି କରାଯିବ ଏବଂ ତାର ରକ୍ଷଣାବେକ୍ଷଣ କରିବା ସହ ଜଙ୍ଗଲର ସଂରକ୍ଷଣ ! ଜଙ୍ଗଲର ସୁରକ୍ଷାକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ସଚେତନତା କରାଯାଇଥିଲା । ସଚେତନତା ରାଲୀରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପୋଲିସ କର୍ମୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ନଗର ପରିକ୍ରମା କରି ସଚେତନତା କରାଇଥିଲେ ।

Exit mobile version