Site icon Awaj Media

ଦିବ୍ୟାଙ୍ଗଙ୍କୁ ପ୍ରଶାସନର ଅଣଦେଖା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦିବ୍ୟାଙ୍ଗଙ୍କୁ ପ୍ରଶାସନର ଅଣଦେଖା , ଘରଟିଏ ପାଇଁ ୬ ବର୍ଷ ହେଲା ଦିବ୍ୟାଙ୍ଗ ଜଣକ କାର୍ଯ୍ୟାଳୟର ଚକ୍କର କାଟୁଛନ୍ତି । ଆଶ୍ରା ପାଲଟିଛି ବନ୍ଦଥିବା ବିଦ୍ୟାଳୟର ବାରଣ୍ଡା । ପ୍ରକୃତରେ ସରକାରୀ ଯୋଜନା ଯାଉଛି କୁଆଡେ ? ପାଉଛି କିଏ ? ଉପଯୋଗ କରୁଛି କିଏ ? ଯୋଜନା ନାମରେ ପ୍ରତାରଣା କରାଯାଉଛି କି ? ସାଧାରଣରେ ଏପରି ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି ଜଣେ ବେସାହାରା ଦିବ୍ୟାଙ୍ଗଙ୍କୁ ଦେଖିଲେ । ଆବାସିକ ଯୋଜନା ପାଇଁ ଗୁହାରି କରିବାକୁ ଜଣେ ଦିବ୍ୟାଙ୍ଗ କିପରି ଟ୍ରାଇସାଇକେଲ୍ ରେ ବ୍ଲକ କାର୍ଯ୍ୟାଳୟରୁ ନିଜ ଅସ୍ଥାୟୀ ଘର ସ୍କୁଲ ବାରଣ୍ଡା ପର୍ଯ୍ୟନ୍ତ ଯାଇଥାନ୍ତି ତାହା ଦେଖିବା ଏହି ରିପୋର୍ଟରେ । ଜପତି ଜିଲ୍ଲା ଗୋଷାଣି ବ୍ଲକ ଘୋରଣୀ ପଞ୍ଚାୟତ ଅନ୍ତର୍ଗତ ସଦାବତୀ ଲକ୍ଷ୍ମୀପୁର ଗ୍ରାମର ଜଣେ ଦିବ୍ୟାଙ୍ଗ ଟୁଙ୍ଗୁରୁ ଦୁର୍ଯ୍ୟଧନଙ୍କୁ ଦେଖିଲେ । ପୋଲିଓ ଯୋଗୁଁ ସେ ବାଳୁତ କାଳରୁ ହିଁ ଦିବ୍ୟାଙ୍ଗ ପାଲଟିଥିବା ବେଳେ ଦିବ୍ୟାଙ୍ଗ କାରଣରୁ ବାହାଘର ମଧ୍ୟ ହୋଇପାରି ନଥିବାର ପ୍ରକାଶ କରିଛନ୍ତି । ଏକ ବେସାହାରା ଜୀବନଯାପନ କରୁଛନ୍ତି ଦୁର୍ଯ୍ୟଧନ । ଏକୁଟିଆ ରହି ଆସୁଥିବା ବେଳେ ମୁଣ୍ଡ ଗୁଞ୍ଜିବା ଲାଗି ଛାତଟିଏ ଖୋଜୁଛନ୍ତି । ଆବାସିକ ଯୋଜନାରେ ସାମିଲ ହେବା ପାଇଁ ସେ ବିଗତ ୬ ବର୍ଷ ହେଲା ଟ୍ରାଇସାଇକେଲରେ ନିଜ ଗ୍ରାମ ଠାରୁ ପ୍ରାୟ ୭ କିମି ଦୂରତାରେ ଥିବା ବ୍ଲକ ସଦର ମହକୁମା ଗୋଷାଣି ସ୍ଥିତ କାର୍ଯ୍ୟାଳୟକୁ ଚକ୍କର କାଟୁଛନ୍ତି । ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ସରକାରୀ ସହାୟତା କହିଲେ ଗୋଟିଏ ଟ୍ରାଇ ସାଇକେଲ, ୩୫ କେଜି ଚାଉଳ ଓ ମାସିକ ହଜାର ଟଙ୍କା ଭତ୍ତା ଯୋଗାଇ ଦିଆଯାଇଛି । ଗତ ୨୦୧୮ ତିତିଲି ମହାବାତ୍ୟା ସମୟରେ ନିଜ ଗ୍ରାମରେ ଥିବା ଘରଟି ଭାଙ୍ଗିରୁଜି ଯାଇଥିଲା । ଫଳରେ ସେ ବାସହୀନ ହୋଇପଡି ରହିଛନ୍ତି । ସେବେ ଠାରୁ ସେ ଗ୍ରାମରେ ଥିବା ଏକ ବନ୍ଦ ହୋଇପଡିଥିବା ସରକାରୀ ସ୍କୁଲ ବାରଣ୍ଡାରେ ଆଶ୍ରନେଇ ରହୁଛନ୍ତି । ସେବେ ଠାରୁ ନିଜ ଜାଗାରେ ଘରଟିଏ ନିର୍ମାଣ ପାଇଁ ବିଭିନ୍ନସ୍ତରରେ ଗୁହାରୀ କରି ନୟାନ୍ତ ହୋଇଥିବାର ପ୍ରକାଶ କରିଛନ୍ତି । କୁଆଡେ ଗଲେ ଜଣକର ସହାୟତା ଆବଶ୍ୟକ ପଡିଥାଏ । କାରଣ ଘରଟିଏ ନିର୍ମାଣ କରି ଅବଶିଷ୍ଟ ଜୀବନଯାପନ ଅତିବାହିତ କରିବାକୁ ସ୍ବପ୍ନ ରଖିଛନ୍ତି । ତେଣୁ ଘରଟିଏ ପାଇଁ ସେ ଟ୍ରାଇସାଇକେଲରେ ଯିବା ବେଳେ ଉଠାଣିଆ ତଥା ଖାଲଖମା ରାସ୍ତାଘାଟରେ ଏକୁଟିଏ ଟ୍ରାଇସାଇକେଲର ପେଡାଲଟିକୁ ହାତରେ ବୁଲାଇପାରୁ ନାହାନ୍ତି । ନିଜ ଗ୍ରାମ ନିକଟରେ ଥିବା ଜଣେ ସାଙ୍ଗକୁ ସାଥିରେ ଡାକି ଆଣିଥାନ୍ତି । ଉଠାଣିଆ ରାସ୍ତା ସହ ଖାଲଖମା ରାସ୍ତାରେ ସହକାରୀ ଜଣକ ଠେଲି ଠେଲି ନେଇ ଆଣିଥାନ୍ତି । ସରକାର ଦେଉଥିବା ହଜାର ଟଙ୍କା ଭତ୍ତା ନିୟଣ୍ଟ ପଡୁଥିବାର ପ୍ରକାଶ କରିଛନ୍ତି । ଏକୁଟିଆ ବେସାହାରା ଭାବେ ନିଜେ ରୋଷେଇ କରି ଖାଇ ବଞ୍ଚୁଛନ୍ତି ଦୁର୍ଯ୍ୟୋଧନ । ଏପରି ପରିସ୍ଥିତିରେ ଆବାସିକ ଯୋଜନା ପାଇବା ପାଇଁ ଗୁହାରୀ କରିବାକୁ କେଉଁ କାର୍ଯ୍ୟାଳୟକୁ ଗଲେ ସେ ଦିନ ରନ୍ଧା ବନ୍ଦ । ଭୋକ ଉପାସରେ ଦିନ ଯାଇଥାଏ ବୋଲି ଅଶ୍ରୁଭରା ନୟନରେ କହିଛନ୍ତି । ଏପରି ଦୁଃଖ ଦୁର୍ଦଶା ମଧ୍ୟରେ ରହି ଆସୁଥିଲେ ମଧ୍ୟ ସ୍ବାଭିମାନୀ ପଣ ଯୋଗୁଁ କାହାରି ନିକଟରେ ହାତ ପତାଉନାହାନ୍ତି । ଜାତୀୟ ଚେତନା ମନରେ ଭରି ରହିଥିବା ଯୋଗୁଁ ବସବାସ କରୁଥିବା ବିଦ୍ୟାଳୟ ବାରଣ୍ଡାରେ ତ୍ରିରଙ୍ଗା ମଧ୍ୟ ଲଗାଇଥିବାର ଦେଖିବାକୁ ମିଳୁଛି । ଜୀବନର ଅବଶିଷ୍ଟ ସମୟ ଅତିବାହିତ ଲାଗି ମୁଣ୍ଡ ଗୁଞ୍ଜିବା ପାଇଁ କେବଳ ଘର ଖଣ୍ଡିଏ ହୋଇଗଲେ ସରି ବୋଲି ପ୍ରକାଶ କରିଛନ୍ତି । ସେହିପରି ବୟସର ଅପରାହ୍ନେ ପହଞ୍ଚିସାରିଥିବାରୁ ଆଉ ଟ୍ରାଇସାଇକେଲ ଚଳାଇବା ସମ୍ଭବ ହୋଇପାରୁନଥିବା ବେଳେ ବେସାହାରା ଯୋଗୁଁ ଟ୍ରାଇସାଇକେଲ ଟିଏ ଠେଲିବା ପାଇଁ କେହି ନଥିବା ଯୋଗୁଁ ଟ୍ରାଇ-ସ୍କୁଟିଟିଏର ଆବଶ୍ୟକତା ରହିଥିବାର ମଧ୍ୟ କହିଛନ୍ତି । ପେରକୃତ ପକ୍ଷେ ବିଭିନ୍ନ ସମୟରେ ଶାସନ କରିଥିବା ବିଭିନ୍ନ ସରକାର ଦିବ୍ୟାଙ୍ଗମାନଙ୍କର ଉନ୍ନତି ଓ ବିକାଶ ପାଇଁ ଡିଣ୍ଡିମ ପିଟିଚାଲିଛନ୍ତି । ହେଲେ ଟୁଙ୍ଗୁରୁ ଦୁର୍ଧ୍ୟଧନଙ୍କ କ୍ଷେତ୍ରରେ ସରକାରଙ୍କ ଡିଣ୍ଡିମ ପିଟା ନୀତି ପଦାରେ ପଡିଥିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି !

Exit mobile version