Site icon Awaj Media

କରଣ ସାହି ଠାରେ ନରେଶ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଅଙ୍ଗଦାନୀ ନରେଶ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ନରେଶ ପଟ୍ଟନାୟକ ଓରଫ ଚିଣ୍ଟୁ ଉଚ୍ଚ ରକ୍ତ ଚାପ ରୋଗରେ ଆକ୍ରାନ୍ତ ହୋଇ ବ୍ରେନ୍ ଷ୍ଟ୍ରୋକ ର ଶିକାର ହୋଇ ଦେହ ତ୍ୟାଗ କରିଥିଲେ । ତାଙ୍କ ମାଆ ନିକ ପୁଅକୁ ଜୀବିତ ରଖିବା ପାଇଁ ପୁଅର ଅଙ୍ଗଦାନ କରିଥିଲେ । ଯାହାକି ଗଜପତି ଜିଲ୍ଲା ତଥା କରଣ ସମାଜ ପାଇଁ ବହୁ ଗୁରୁତ୍ଵ ବହନ କରିଛି । ଯାହାକୁ ନେଇ ଆଜି ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ର ଆୟୋଜନ କରାଯାଇ ୩୨ ବର୍ଷୀୟ ସ୍ବର୍ଗତ ନରେଶ ପଟ୍ଟନାୟକ ଙ୍କ ତୈଳ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ତଥା ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଭେଙ୍କଟ ପଟ୍ଟନାୟକ, ଉପ ସଭାପତି ଅମୂଲ୍ୟ ପାତ୍ର, ଉପଦେଷ୍ଟା କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକ, ମୁଖ୍ୟ ସମ୍ପାଦକ ଅମିତ କୁମାର ପଟ୍ଟନାୟକ, ସମ୍ପାଦିକା ରୂପଞ୍ଜଳି ପଟ୍ଟନାୟକ, କୋଷାଧ୍ୟକ୍ଷ ହରି ମୋହନ ପଟ୍ଟନାୟକ, ନେତ୍ରାନନ୍ଦ ପଟ୍ଟନାୟକଙ୍କ ସହ ମୃତକ ଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁ ମାନେ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Exit mobile version