Site icon Awaj Media

ସାଲେପୁର ବହୁଗ୍ରାମରେ ମା ଙ୍କର ନିଆରା ମେଲାଣି ଉତ୍ସବ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମା ଙ୍କର ନିଆରା ମେଲାଣି ଉତ୍ସବ ! ଅସତ୍ୟ ଉପରେ ସତ୍ୟ ର ବିଜୟ , ପାପ ଉପରେ ପୂଣ୍ୟ ର ଜୟ ! ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରୁ ବିଦାୟ ନେବାର ଏକ ଭାବବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ବ୍ଲକ ଅଧିନସ୍ତ ବହୁଗ୍ରାମରେ। ସ୍ୱତନ୍ତ୍ର ରୀତିନୀତି ରେ ବଙ୍ଗୀୟ ପରମ୍ପରା ରେ ୧୭୩୨ ମସିହାରୁ ପୂଜା ପାଉଛନ୍ତି ବହୁଗ୍ରାମ ମା ଦୁର୍ଗା । ୫ଦିନ ଧରି ମା ମଣ୍ଡପରେ ପୂଜା ପାଇଥାନ୍ତି । ମା ଙ୍କ ଅଲୌକିକ ମହିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ ପୂଜା ମଣ୍ଡପକୁ । ଭକ୍ତଙ୍କ କହିବା କଥା ଯିଏ ମାଙ୍କୁ ନିଷ୍ଠାର ସହ ଆଳତି ଯାଚିଛି , ମା ସେ ଭକ୍ତଙ୍କ ମନସ୍କାମନା ପୂରଣ କରିଛନ୍ତି । ଭକ୍ତ ମାଙ୍କୁ ମେଲାଣି ଦେଲାବେଳ ର ଦୃଶ୍ୟ ଅତି ଭାବବିହ୍ଵଳ ଥିଲା । ପାରମ୍ପରିକ ବାଦ୍ୟ ସହିତ ଭକ୍ତ ମାନଙ୍କ କାନ୍ଧରେ ମା ନିଅନ୍ତି ମେଲାଣି । ବାଟରେ ପଣା ଭୋଗ ମାଙ୍କ ପାଖରେ ଅର୍ପଣ କରାଯାଇଥାଏ । ଡିଜେ ମୁକ୍ତ ରୋଷଣୀ , ନିଶାମୁକ୍ତ ଭସାଣୀ କରି ହଜାର ହଜାର ଭକ୍ତଙ୍କ ଗହଣରେ ବହୁଗ୍ରାମ ଦଶହରା ପଡ଼ିଆରେ ପହଞ୍ଚିବା ପରେ ଭକ୍ତ ମାନେ ମା ଙ୍କ ଦର୍ଶନ କରନ୍ତି। ହଜାର ହଜାର ଭକ୍ତ ଙ୍କ ଗହଣରେ ମା ଙ୍କୁ ନେଇ ସୁକଭଦ୍ରା ନଦୀରେ ବିସର୍ଜନ କରିଥାନ୍ତି l

 

Exit mobile version