Site icon Awaj Media

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜ ନହର ଛକ ନିକଟରେ ସ୍ବର୍ଗତ ନରେଶ ପଟ୍ଟନାୟକ ଙ୍କ ସ୍ମୃତିରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳୀ ସଭାରେ ଅଙ୍ଗଦାନୀ ନରେଶ ପଟ୍ଟନାୟକ, ଶିଳ୍ପପତି ରତନ ଟାଟା ଓ ବିଶ୍ୱ ହିନ୍ଦୁ ପରିଷଦର ନେତା କୃଷ୍ଣଚନ୍ଦ୍ର ଦଳପତି ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯଇସିଥିଲା ! ତିନି ଦିବଂଗତ ଙ୍କ ତୈଳ ଚିତ୍ର ପାଖରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପ ଦେଇ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର, କୈଳାସ ଚନ୍ଦ୍ର ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ସ୍ୱାମୀ ଭାସ୍କରତୀର୍ଥ ମହେନ୍ଦ୍ର ଗିରି ର ତପସ୍ୱୀ ନରେଶ ଭାଇ , ଦିବାକର ସ୍ୱାଲ ସିଂ, ସୀମାଞ୍ଚଳ ପାତ୍ରଙ୍କ ସମେତ ବଜରଙ୍ଗ ଦଳ ସଦସ୍ୟ ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ !

Exit mobile version