Site icon Awaj Media

ଦର୍ଶକଙ୍କ ମନ ମୋହିଥିଲା ସଂଗୀତ ବିଚିତ୍ରା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ଅଶୋକନଗରସ୍ଥିତ ସର୍ବପୁରାତନ ବଙ୍ଗାଳୀ କାଳୀବାଡି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାରୋହରେ ଦୁର୍ଗାପୂଜା ର ଆୟୋଜନ କରାଯାଇଛି। ବୁଧବାର ଷଷ୍ଠୀ ସନ୍ଧ୍ୟାରେ ମହିଳା ମାନଙ୍କ ଦ୍ବାରା ଘରୁଆ ପ୍ରସ୍ତୁତ “ଆନନ୍ଦ ମେଳା” ଖାଦ୍ୟ ବିପଣି ଆୟୋଜିତ ହୋଇଥିଲା। ଗୁରୁବାର ସପ୍ତମୀ ସନ୍ଧ୍ୟାରେ ଆକର୍ଷଣୀୟ ମନଲୋଭା ସଙ୍ଗୀତ ବିଚିତ୍ରା ଅନୁଷ୍ଠିତ ହୋଇ ଥିଲା। ସ୍ୱାନମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ସୋମା କର୍ମକାର , ଓ ରାଶି ସାହା, ସୌରଭ ବିଶ୍ୱାସ, ତାରକ୍ ଦାସ, ସୁଧାଂଶୁ ମାରିକ, ମୌସୁମୀ ଚକ୍ରବର୍ତ୍ତୀ, ପ୍ରମୁଖ ଶିଶିରେ ଶିଶିରେ ଶାରଦ ଆକାଶେ ଭୋରେର ଆଗମୋନି, ଏବାର ନବୀନ ମନ୍ତ୍ରେ ହବେ ଜନନୀ ତୋର ଉଦବୋଧନ, ଏଇ ସୁନ୍ଦର ସ୍ୱର୍ଣାଲି ସନ୍ଧ୍ୟା, ମଧୁମାଳତି ଡାକେ ଆୟେ ଫୁଲ ଫାଗୁନେର ଏଖେଲାୟେ, ଆମାର ମୟୂର ପଂଖି ତରୀ ଏନେଛି ଏବାର କୁଲାୟେ, ଭାଲୋ କଇରା ବାଜାଓଗୋ ଦୋତାରା ସୁନ୍ଦରୀ କମଳା ନାଚେ, ଲାଲ୍ ପାହାଡ଼ିର ଦେଶେଯା ରଙ୍ଗା ମାଟିର ଦେଶେଯା , କାଲୋଜଲେ କୁଚଲା ତଲେ ଡୁବୁଲା ସନାତନ, ଧିତାଙ୍ଗ ଧିତାଙ୍ଗ ବୋଲେ ଏ ମାଦଳେ ତାନ୍ ତୋଲେ, ବନ୍ୟ ବନ୍ୟ ଏ ଅରଣ୍ୟ, ଆରୋ କତୋଦିନ ଆମି ଖୁଜେଛି ତମାୟେ ,ଆଦି ମନଛୁଆଁ ମାତୃ ଆରାଧନା ଦୁର୍ଗା ବନ୍ଦନା ଓ ଆଧୁନିକ ସଙ୍ଗୀତ ପରିବେଷଣ କରିଥିଲେ। ବରଦା ପ୍ରସନ୍ନ ପଟ୍ଟନାୟକ ଓ ଗିରିଜା ନନ୍ଦନ ବାଦ୍ୟ ଯନ୍ତ୍ରରେ ସହଯୋଗିତା କରିଥିଲେ। ସୁଧାଂଶୁ ମାରିକ ଓ ଶ୍ରୀମତୀ ରୂପା ମାରିକ ଶ୍ରୁତି ନାଟକ ପରିବେଷନ କରିଥଲେ।

Exit mobile version