Site icon Awaj Media

ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ କୁମାରୋତ୍ସବ-୨୪ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରାଜବାଟୀ ପରିସର ୟୁ.ଟେକ୍.କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ରେ ପ୍ରଗତି ମହିଳା ସଙ୍ଗଠନ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଏକ ବର୍ଣlଢ଼୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ବିଚିତ୍ରାନନ୍ଦ ବେବର୍ତ୍ତl ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇସାରିଛି। ସଭ୍ୟତା ଯେତେ ଦ୍ରୁତ ଗତିରେ ଗଲେ ମଧ୍ୟ ଆମ ମହାନ୍ ସଂସ୍କୃତି ଏବଂ ପରମ୍ପରା ,ରୀତି,ନୀତିକୁ ଆପଣେଇ ସୁସ୍ଥ ପରିବାର ଓ ସମାଜ ଗଠନ ଆମର ଲକ୍ଷ୍ୟ ବୋଲି ବକ୍ତା ମାନେ କହିଥିଲେ। କୁମାରୋତ୍ସବ ପାଳନ ଆମର କଳା ସଂସ୍କୃତି ଏକତା ଏବଂ ଆତ୍ୱୀୟତରେ ପରିଚୟ ଦେଇଥାଏ। ବିଶିଷ୍ଟ ଅତିଥି ହରିମୋହନ ପଟ୍ଟନାୟକ ପ୍ରାକ୍ ସୁଚନା ଦେଇଥିଲେ।ପରିଚୟ ପ୍ରଦାନ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ,ଦେଇଥିବାବେଳେ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପ୍ରଦାନ କରିଥିଲେ। ସଭାନେତ୍ରୀ କଲ୍ପନା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।ଉପସଭାପତି ଲୋକନାଥ ମିଶ୍ର ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିଥିଲେ।ମୁଖ୍ୟ ଅତିଥି ଅଧିବକ୍ତା ଇତିଶ୍ରୀ ମହାପାତ୍ର,ମୁଖ୍ୟ ବକ୍ତା ଡ.ଭାରତୀ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାଗବତ ପାଢ଼ୀ,ମଞ୍ଚ ଆହ୍ବାନ ସ୍ନେହା ବେହେରା କରିଥିବାବେଳେ ଚାନ୍ଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ସ୍ତର ଯାଏଁ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ର/ଛାତ୍ରୀଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା। ଶେଷରେ ନୃତ୍ୟ, ପରିବେଷଣ କରାଯାଇଥିଲା। ପ୍ରଣବ ପଣ୍ଡା,ଶରତ ପ୍ରଧାନ,ପାୟଲ ପାତ୍ର, ୟୁ ଟେକ୍ ଅନୁଷ୍ଟନର ସମସ୍ତ କର୍ମଚରୀ,ଛାତ୍ର, ଛlତ୍ରୀ ସହଯୋଗ ଓ ପରିଚାଳନା କରିଥିଲେ।

Exit mobile version