Site icon Awaj Media

ଜଗନ୍ନାଥ ନିକେତନ ଠାରେ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଆର. ସୀତାପୁର ଗ୍ରାମ ନିକଟରେ ଥିବା ଶ୍ରୀ ଜଗନ୍ନାଥ ନିକେତନ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ସହ କେକ କାଟି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରାଯାଇଛି । ପାରଳାଖେମୁଣ୍ଡି ବିଧାୟକ ଇଂଜିନିୟର ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳା ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗୋଶାଣି ବ୍ଳକ ଅଧ୍ୟକ୍ଷ ଏନ.ବୀରରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍.ବାଲରାଜୁ, ଜିଲ୍ଲା ସମ୍ପାଦକ ପ୍ରଦୀପ ନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରି ତାଙ୍କ ଦୀର୍ଘାୟୁ କାମନା କରିଥିଲେ । ପରେ ହାଇଟେକ ଆପର୍ଟମେଣ୍ଟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

Exit mobile version