ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଉଦଘାଟିତ ହୋଇଯାଇଛି ବାଙ୍କୀ ମହୋତ୍ସବ ! ହେଲେ ଯାହା ଗତ ଚବିଶ ବର୍ଷରେ ହୋଇ ନଥିଲା ତାହା ଗତକାଲି ହେଲା ! ସମ୍ବର୍ଦ୍ଧିତ ପ୍ରତିଭା ତାଲିକାରେ ସ୍ଥାନିତ କାର୍ଯ୍ୟରତ ସାମ୍ବାଦିକ ମାନସ ସାହୁ ଙ୍କୁ ଅପମାନିତ କଲେ ମହୋତ୍ସବ ପରିଚାଳନା କମିଟି ସଦସ୍ୟ ! କଥା ବୁଲାଇବାକୁ ଯାଇ ପରିସ୍ଥିତିରେ ତାଳି ପକାଇଲେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ ! କଣ ନା ଆବଶ୍ୟକ ପ୍ରସ୍ତୁତି ଅଭାବରୁ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ସମ୍ବର୍ଦ୍ଧିତ ହେବେ ଉକ୍ତ ସାମ୍ବାଦିକ ! ତେବେ ଏଥିପାଇଁ ଦାୟୀ କିଏ , କାର୍ଯ୍ୟକ୍ରମ ଆୟୋଜନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଗଣେଶ ସ୍ୱାଇଁ ! ଏହାକୁ ନେଇ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଉଠାଇଛି ପ୍ରଶ୍ନ , ଯିଏ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆବଶ୍ୟକ ଉପକରଣ ପ୍ରସ୍ତୁତ କରୁ ପାରୁ ନାହାନ୍ତି , ସେପରି ଅଯୋଗ୍ୟ ଲୋକକୁ ସମ୍ପାଦକ ପଦବୀ ଦେଇଛି କିଏ ! ସେପରି ଅଯୋଗ୍ୟ ଲୋକକୁ ତୁରନ୍ତ ପଦବୀ ରୁ ତଡା ଯାଉ , ଯାହା କାରଣରୁ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ହେଲେ ଅପଦସ୍ତ !
ଯାହା ଗତ ଚବିଶ ବର୍ଷରେ ହୋଇ ନଥିଲା , ତାହା ଗତକାଲି ହେଲା !!!

