ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଡିଜିଟାଲ ମିଡ଼ିଆ ସଂଯୋଗ ଟୁଡେ ପକ୍ଷରୁ ସହିଦ୍ ବାଜି ରାଉତ ସାହାସୀ ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ! ଅଦମ୍ୟ ସାହସ ର ଉଦାହରଣ ଓଡ଼ିଶା ତଥା ଢେଙ୍କାନାଳର ମାଟିର ଗର୍ବ ଓ ଗୌରବର ପ୍ରତିକ ସହିଦ୍ ବାଜି ରାଉତ ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଅଗ୍ରଣୀ ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ଭୁବନେଶ୍ଵର ବୁଦ୍ଧ ମନ୍ଦିର ପରିସରରେ ସହିଦ୍ ବାଜି ରାଉତ ସାହାସୀ ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !
ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ବୁଦ୍ଧିଜୀବୀ ଗଗନ ବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡଃ ଅର୍ଜୁନ ମହାରଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ , କଟକ ର ଯୁବ ମାନସ ର ପ୍ରତିକ ଯୁବ ସମାଜସେବୀ ଶ୍ରୀଯୁକ୍ତ ପପୁ ପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ , କାର୍ଯ୍ୟକ୍ରମ ରେ ଦିଲିପ୍ ବେଉରା ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ନିଷ୍ଟ ପବ୍ଲିକ ସ୍କୁଲ ଭୁବନେଶ୍ଵର ଅଧ୍ୟକ୍ଷା ଡଃ ପ୍ରଜ୍ଞା ପାରମିତା ପାଢ଼ୀ , ମନୋରମା ମୋଟର୍ସ ଅଧ୍ୟକ୍ଷା ଜୟଶ୍ରୀ ବେହେରା , ଯୁବ କ୍ରୀଡାବିତ୍ ଜ୍ଞାନ ରଞ୍ଜନ ରାଉତ , ବରିଷ୍ଠ ବୁଦ୍ଧିଜିବୀ ଦୈତାରି ସାହୁ ଆଦି ଯୋଗଦେଇ ସହୀଦ ବାଜି ରାଉତ ଙ୍କ ଅଦମ୍ୟ ସାହସ ର ଗୁଣଗାନ କରିବା ସହ ତାଙ୍କ ମାର୍ଗ ଅନୁସରଣ ପାଇଁ ଆହ୍ୱାନ ଜଣାଇଥିଲେ !
ଚଳିତବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦ ଜଣଙ୍କୁ ସହିଦ୍ ବାଜି ରାଉତ ସାହାସୀ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିବା ବେଳେ , ଭାରତିୟ ସେନାର ଅବସରପ୍ରାପ୍ତ ସେନା ଅଧିକାରୀ ନରୋତ୍ତମ ଗ୍ରହଚାର୍ଯ୍ୟ , ଓଡ଼ିଶା ପୋଲିସ୍ ର ଅବସାରପ୍ରାପ୍ତ ଏସ ଆଇ ଦେବରାଜ ଜେନା , ଜଙ୍ଗଲ ବିଭାଗ କର୍ମଚାରୀ ସାହାସୀ ମାନସ ବେହେରା , ବିଦ୍ୟୁତ୍ ବିଭାଗ କର୍ମଚାରୀ ମନୋଜ ରାଉତ , ରାମଲୀଳା ନାଟ୍ୟ ନିର୍ଦ୍ଦେଶକ ରଣଜୀତ୍ ପ୍ରସାଦ ଜେନା , ଯୁବ ସମାଜସେବୀ ବାଙ୍କ ବିହାରୀ ମାଝି ଆଦି ଙ୍କୁ ଚଳିତ ବର୍ଷ ର ସହିଦ୍ ବାଜି ରାଉତ ସାହାସୀ ସମ୍ମାନ ପ୍ରଦାନ କରାଯାଇଥିଲା ! କାର୍ଯ୍ୟକ୍ରମ କୁ ସୁରେଶ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲା ବେଳେ ସଂଯୋଗ ଟୁଡେ ପରିବାର ର ସମସ୍ତ କର୍ମକର୍ତ୍ତା ଏବଂ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ !

