Site icon Awaj Media

ଓସିଏସ୍ ପରୀକ୍ଷାରେ ମେଧା ପ୍ରତିଭା ସ୍ମୃତିରଞ୍ଜନଙ୍କ ସଫଳତା : ସବୁଠି ପ୍ରଶଂସାର ସୁଅ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିରିଡି ବ୍ଲକ୍ କୁଳକଇଜଙ୍ଗା ପଞ୍ଚାୟତର ମହାତୋଳ ଗ୍ରାମର ନିରଞ୍ଜନ ସ୍ୱାଇଁ ଓ ଦୀପ୍ତିବାଳା ସ୍ୱାଇଁଙ୍କ ସୁପୁତ୍ର ସ୍ମୃତିରଞ୍ଜନ ସ୍ବାଇଁ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷାର ୩୯୮ ର‍୍ୟାଙ୍କରେ କୃତକାର୍ଯ୍ୟ ହୋଇ ଅଂଚଳ ପାଇଁ ସଫଳତା ଆଣିଛନ୍ତି । ସ୍ମୃତି ରଞ୍ଜନ ସ୍ବର୍ଗୀୟ ଜେଜେ ବାପା ପ୍ରାଣକୃଷ୍ଣ ସ୍ବାଇଁ,ଜେଜେମା କେଶିନୀ ୱାଇଁ ଏବଂ ନିଜର ବାପା,ମା’ଙ୍କ ସମେତ ପରିବାରର ଆଶା ଆକାଂକ୍ଷାକୁ ପୂରଣ କରିଥିବାରୁ ତାଙ୍କୁ ତାଙ୍କ ମା’ ଦୀପ୍ତିବାଳା ସ୍ବାଇଁ, ବାପା ନିରଞ୍ଜନ ସ୍ବାଇଁ,ସାନଭାଇ ସମୟ ରଞ୍ଜନ ସ୍ବାଇଁ,ମା’ ସୌଦାମିନୀ ଲେଙ୍କା,ମାମୁ ଶିବ ପ୍ରସାଦ ଲେଙ୍କା,ମାଇଁ ରୋଜାଲିନ୍ ଲେଙ୍କା ଓ ବାବୁ ଶାଲିନୀ ପ୍ରମୁଖ ମିଠା ଖୁଆଇ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଏଥିସହିତ ସମସ୍ତେ ଧାନକୁଦ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହି ସଫଳତା ନେଇ ସ୍ମୃତି ରଞ୍ଜନ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ,ମୁଁ ଏଥିପାଇଁ ୬ରୁ ୮ ଘଣ୍ଟା ପରିଶ୍ରମ କରିବାସହ ୨୦୨୦ ମସିହାରୁ ପ୍ରୟାସ ଆରମ୍ଭ କରିଥିଲି । ମାତ୍ର ୨୦୨୦ରେ ପ୍ରଥମଥର ପରୀକ୍ଷାରେ ମୋର ଭଲ ନମ୍ବର ରହିନଥିଲା । ପୁଣିଥରେ ୨୦୨୧ରେ ମଧ୍ୟ ପରୀକ୍ଷା ଦେଇଥିଲି ସେଥିରେ ମାତ୍ର ୧୭ ନମ୍ବର ପାଇଁ ଏଥିରୁ ବଞ୍ଚିତ ହୋଇଥିଲି । ହେଲେ ମୁଁ ପ୍ରୟାସ ଛାଡି ନଥିଲି କଠିନ ପରିଶ୍ରମ କରିଥିଲି । ଯାହାକି ୨୦୨୨ ମସିହାରେ ଭଲ ଭାବେ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲି । ହେଲେ ଆଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଖୁବ୍ ଖୁସି ଥିବା କହିଛନ୍ତି ସ୍ମୃତି ରଞ୍ଜନ ।

Exit mobile version