Site icon Awaj Media

ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ରାଜ୍ୟ ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର, ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ଙ୍କ ସମେତ ବିଭିନ୍ନ ବ୍ଲକ୍, ମ୍ୟୁନିସିପାଲଟି ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଜୁ ଜନତା ଦଳ ର ପଦାଧିକାରୀ ତଥା ବିଜୁ ପ୍ରେମୀ କର୍ମୀ ମାନେ ଯୋଗ ଦେଇଥିଲେ । ରାଜ ନଅର ଠାରୁ ପୌର ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ଭାରତୀୟ ଜନତା ପାର୍ଟିର ମିଥ୍ୟା ପ୍ରତିଶୃତି, ଦରଦାମ୍ ବୃଦ୍ଧି ତଥା ଅପାରଗତା ବିରୁଦ୍ଧରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

Exit mobile version