Site icon Awaj Media

ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ୬୫ ତମ ପୋଲିସ ସହିଦ ଦିବସ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ୬୫ ତମ ପୋଲିସ ସହିଦ ଦିବସ ପାଳିତ ! ସୁକିନ୍ଦା ସ୍ଥିତ ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ୬୫ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ୭ଘଟିକା ସମୟରେ ଯବାନ ମାନଙ୍କ ପକ୍ଷରୁ ପ୍ୟାରେଡ କରାଯାଇଥିଲା । ଏହି ପ୍ୟାରେଡରେ ବାଟାଲିୟନ କମାଣ୍ଡାଣ୍ଟ ଇନଚାର୍ଜ ସନ୍ତୋଷ ଦଣ୍ଡସେନା ଅଭିବାଦନ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡାଣ୍ଟ ହେମନ୍ତ କୁମାର ଦାସ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପି କେ ମଲ୍ଲିକ, ଡିକେ ସ୍ୱାଇଁ, ନରେଶ ବେହେରା, ଏସ ଏନ ବେହେରା, ବି ସୋରେନଙ୍କ ସମେତ ସମସ୍ତ ଇନ୍ସପେକ୍ଟର, ସବଇନ୍ସପେକ୍ଟର ପ୍ରମୁଖ ମଞ୍ଚାସିନ ଥିଲେ । ୟାକୁବ ଖାନ ଥାର୍ଡ ବାଟାଲିୟନ ଦୁର୍ଗପତ୍ତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଖାନ ପୂର୍ବରୁ ଖୋର୍ଦ୍ଧା ସ୍ଥିତ ଷଷ୍ଠ ବାଟାଲିୟନର ଉପ ଦୂର୍ଗପତ୍ତି ଥିଲେ। ବାଟାଲିୟନର ସମସ୍ତ ଅଧିକାରୀ ଓ ଯବାନ ମାନେ ଶ୍ରୀ ଖାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଛନ୍ତି ।

Exit mobile version