Site icon Awaj Media

ଗଜଲକ୍ଷ୍ମୀ ପୂଜାରେ 1108 ପ୍ରଦୀପ ପ୍ରଜ୍ବଳନ, ଅନ୍ନ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରର 12 ନମ୍ବର ୱାର୍ଡ କଣ୍ଡ୍ର।ସାହି ରେ ଗଜଲକ୍ଷ୍ମୀ ପୂଜାରେ 1108 ପ୍ରଦୀପ ପ୍ରଜ୍ବଳନ, ଅନ୍ନ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ 12 ନମ୍ବର ୱାର୍ଡ କଣ୍ଡ୍ର।ସାହିରେ ମାଆ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବରରେ ପାଳିତ ହେଉଛି । ଏହି ପୂଜା ଦୀର୍ଘ 39 ବର୍ଷ ହେଲା ପାଳିତ ହେଉଛି । ସକାଳେ ସୂର୍ଯ୍ୟ ପୂଜା , ଦ୍ୱାର ପୂଜା ସହିତ ଯଥା ରୀତିନୀତିରେ ହୋମ ଘୃତଯଜ୍ଞ ଆଳତୀ ପ୍ରଭୃତି ହେଉଛି ।ସନ୍ଧ୍ୟା ସମୟରେ ମାଆଙ୍କ ଆଳତୀ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ମାଆଙ୍କ ଦର୍ଶନ ଓ ଆଶିଷ ନେବା ସକାଶେ ଆଖପାଖ ଅଞ୍ଚଳ ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି । ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହେଉଛି ।

Exit mobile version