ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ବଡ଼ ରାଧାକାନ୍ତ ମଠ ପରିସରରେ ଭାଗବତ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ଭାଗବତ ଜ୍ଞାନଯଜ୍ଞ 25 ତାରିଖ ରୁ ଆରମ୍ଭ ହୋଇ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ବ୍ରହ୍ମପୁରରୁ ଆସିଥିବା ପ୍ରବକ୍ତା ଅନୁରାଗ ଚୈତନ୍ୟ ବ୍ରହ୍ମଚାରୀ ଭାଗବତ ଓ ଭାଗବତର ମାହାତ୍ମ୍ୟ ଉପରେ ପ୍ରବଚନ ଦେଉଛନ୍ତି । ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ପ୍ରବଚନ ଶୁଣିବା ପାଇଁ ଆସୁଛନ୍ତି । ଭଗବତ ଚିନ୍ତା ଭଗବତ ପ୍ରାପ୍ତି ସକାଶେ ଏହା ଏକ ମାଧ୍ୟମ ଅଟେ ।
ବଡ଼ ରାଧାକାନ୍ତ ମଠ ପରିସରରେ ଭାଗବତ ଜ୍ଞାନଯଜ୍ଞ !!!

