Site icon Awaj Media

କାର୍ତ୍ତିକ ମାସରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ଜଗନ୍ନାଥ ମନ୍ଦିର ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇଥିବାରୁ ଆଖପାଖ ଅଞ୍ଚଳ ସହ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ଶ୍ରୀଜିଉ ଙ୍କୁ ଦର୍ଶନ କରୁଛନ୍ତି ! ଯଥା ରୀତିନୀତିରେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ , ବଡ଼ ଭାଇ ବଳଭଦ୍ର , ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ସୁଦର୍ଶନ ପୂଜା ପାଉଛନ୍ତି । ଭୋର 4 ଟା ରୁ ଠାକୁରଙ୍କ ନୀତିକାନ୍ତି ସହ ପୂଜାର୍ଚ୍ଚନା ଆରମ୍ଭ ହେଉଛି , ସକାଳ ଆଳତୀ ଷୋଡ଼ଶ ଉପଚାର ପୂଜା ସମ୍ପନ୍ନ ପରେ ମଧ୍ୟାହ୍ନ ଧୂପ ହୁଏ । ସନ୍ଧ୍ୟା ଆଳତୀ ଦର୍ଶନ ସାଙ୍ଗକୁ କାର୍ତ୍ତିକ ପୁରାଣ ପଠନ, ଭାଗବତ ଚର୍ଚ୍ଚା, ହରି ନାମ ସଂକୀର୍ତ୍ତନ ରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Exit mobile version