ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଲୋୟଲା ସ୍କୁଲ ଗ୍ରାଉଣ୍ଡରେ ୟଙ୍ଗଷ୍ଟାର ପ୍ରିମିୟର ଲିଗ ର LOGO ଉନ୍ମୋଚିତ ! ଆସନ୍ତା ଡିସେମ୍ବର 20 ରୁ ଭୁବନେଶ୍ୱର ରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ YPL ସିଜିନ ୱାନ ! କ୍ରିକେଟ ଏକାଡେମି ଅଫ ପଠାନ୍ସ ଆନୁକୂଲ୍ୟରେ 19 ବର୍ଷ , 16 ବର୍ଷ ଏବଂ 14 ବର୍ଷ ରୁ କମ ବର୍ଗର ଖେଳାଳିଙ୍କୁ ନେଇ IPL ଢାଞ୍ଚାରେ ଏହି ଖେଳ ଅନୁଷ୍ଠିତ ହେବ | ଭୁବନେଶ୍ୱର CAP ର ମୁଖ୍ୟ ଅଶୋକ କୁମାର ଙ୍କ ସୂଚନା ଅନୁସାରେ ଏଥିରେ ରାଜ୍ୟର ବଛା ବଛା ଖେଳାଳିଙ୍କୁ ନେଇ ୮ ଟି ଦଳ ଭାଗ ନେବେ | ଡିସେମ୍ବର 1 ତାରିଖରେ ଫ୍ରାଞ୍ଚାଇଜ ମାନଙ୍କୁ ନେଇ ଖେଳାଳୀ ଅକ୍ସନ କରାଯିବ | ଫ୍ରାଞ୍ଚାଇଜ ମାନେ ଦୁଇ ରୁ ଚାରି ଲକ୍ଷ ଭିତରେ ଖେଳାଳୀ କ୍ରୟ କରିବାର ନିୟମ ରହିଛି | ଗୋଟିଏ ଦଳରେ ସର୍ବାଧିକ 21 ଜଣ ଖେଳାଳୀ ରହିବେ | 11 ଜଣିଆ ଦଳ ପ୍ଳେୟିଙ୍ଗ ଇଲେଭେନ ରେ ଜଣେ ଷ୍ଟେଟ ପ୍ଲେୟାର , 4 ଜଣ 16 ବର୍ଷରୁ କମ ଏବଂ ୨ ଜଣ 14 ବର୍ଷରୁ କମ ବର୍ଗର ଖେଳାଳୀ ରହିବା ବାଧ୍ୟତାମୂଳକ | CAP ତରଫରୁ ଖେଳି ଆୟୁଷ ଚାନ୍ଦ, ପ୍ରତ୍ୟୁଷ ମହାନ୍ତି, ମିତାଲି ଶର୍ମା, ଶ୍ରେୟା ପ୍ରିୟଦର୍ଶିନୀ ଏବଂ ଅନୁଷ୍କା ମିଶ୍ର ରାଜ୍ୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରି ସାରିଛନ୍ତି | ଆଗକୁ ଏହି YPL ଖେଳାଳିଙ୍କୁ ଉଚ୍ଚ ସ୍ତରରେ ଖେଳିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେବ ବୋଲି CAP ପକ୍ଷରୁ କୁହାଯାଇଛି |
ଡିସେମ୍ବର ୨୦ ରୁ ଲୋୟଲା ସ୍କୁଲ ଗ୍ରାଉଣ୍ଡରେ YPL ସିଜିନ ୱାନ !!!

