Site icon Awaj Media

ମା ଗଜଲକ୍ଷ୍ମୀ ଙ୍କ ଭସାଣୀ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡ଼ିଆ ଭଣ୍ଡାରି ସାହି ଛକରେ ଓ ବାର ନମ୍ବର ୱାଡ଼ରେ ଦୀର୍ଘ 11 ଦିନ ଧରି ଚାଲିଥିବା ମାଆ ଗଜଲକ୍ଷ୍ମୀ ପୂଜାର ଭଷାଣି ଉତ୍ସବ ପାଳିତ ହୋଇଯାଇଛି । ସକାଳୁ ମା ଙ୍କର ଯଥା ରୀତିନୀତିରେ ଆଳତୀ ପୂଜାର୍ଚ୍ଚନା ସହ ହୋମ ଘୃତଯଜ୍ଞ କାର୍ଯ୍ୟକ୍ରମ ହେବା ପରେ ସନ୍ଧ୍ୟା ସମୟରେ ମାଆଙ୍କୁ ପୂର୍ଣ୍ଣାହୁତି ପ୍ରଦାନ କରି ପାରମ୍ପରିକ ବାଦ୍ୟ ବାଜଣା ସହ ମା ଗଜଲକ୍ଷ୍ମୀଙ୍କୁ ବିଦାୟ ଦିଆଯାଇଛି । ଏହି ସମୟରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ମୁତୟନ କରାଯାଇଥିଲା ।

Exit mobile version