Site icon Awaj Media

ପୋଲିସ କମିଶନରେଟ୍ ପକ୍ଷରୁ କାଳୀ ପୂଜା ପ୍ରସ୍ତୁତି ବୈଠକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ମମତା ସାମଲ : କଟକ ସହର ଗୋଟେ ଭାଇଚାରା ର ସହର । ପୋଲିସ କମିଶନରେଟ୍ କଟକ ପକ୍ଷରୁ କାଳୀ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ କଳାବିକାଶ କେନ୍ଦ୍ରରେ ଆୟୋଜିତ ଏହି ବୈଠକରେ କଟକ ମହାନଗର ନିଗମ ମେୟର୍ ସୁଭାଷ ଚନ୍ଦ୍ର ସିଂ, କଟକ ବାରବାଟୀର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋସ୍, କଟକ ଚୌଦ୍ଵାର ବିଧାୟକ ସୋଭିକ୍ ବିଶ୍ୱାଳ , ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ, ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ପ୍ରମୂଖ ଯୋଗ ଦେଇଥିଲେ । କଟକ ଡି.ସି.ପି. ଏବଂ କଟକ ଆଡିସ୍ନାଲ୍ ଡି.ସି.ପି. ମଧ୍ୟ ଉପସ୍ଥିତ ଥିଲେ । ସବୁ ପୂଜାମଣ୍ଡପ କର୍ମକର୍ତ୍ତା, ସାହି ମୁରବୀ, ଯୁବ ସଦସ୍ୟ , ଶାନ୍ତି କମିଟିର ସମସ୍ତ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ। କାଳୀପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ସଭାରେ ଅକ୍ଟୋବର ୩୧ ତାରିଖ ମହାକାଳୀ ପୂଜା ୧ ଓ ୨ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ୩ ତାରିଖ ରବିବାର ଦିନ ମହା କାଳୀଙ୍କ ଭସାଣି ଯାତ୍ରା ପାଳନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି ! ଐତିହାସିକ କଟକ ସହରରେ ଦୂର୍ଗାପୂଜା ଭଳି କାଳୀପୂଜା ମଧ୍ୟ ବହୁ ପୂରାତନ । ଚଳିତ ବର୍ଷ ଦୁର୍ଗା ପୂଜା ଶାନ୍ତିଶୃଙ୍ଖଳା ରେ ମହାଆଡମ୍ବର ପାଳିତ ହୋଇଥିବା ସମୟରେ , କାଳୀ ପୂଜା ମଧ୍ୟ ଶାନ୍ତିଶୃଙ୍ଖଳା ରେ ପାଳନ ପାଇଁ ସହରବାସୀ ଙ୍କୁ ନିବେଦନ କରିଛନ୍ତି ଆୟୋଜକ !

Exit mobile version