Site icon Awaj Media

ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲାସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମାଠାରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳ ୬.୩୦ ମି ସମୟରେ ଏକ ସଚେତନତା ମିନି ମାରାଥନ୍ ରାଲୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମିନି ମାରାଥନ୍ ରାଲୀ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ହାତରେ ପ୍ଲାସ କାର୍ଡ ଧରି ସ୍ଲୋଗାନ ଦେଇ ଗଜପତି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲେ ।
ସେହିପରି ପୂର୍ବାହ୍ନ ୧୧ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଡ଼.ଗୁଣନିଧି ନାୟକ, ଶ୍ରୀ ବିବେକ କୁମାର ପାଣ୍ଡେ, କମାଣ୍ଡର ଏନଡିଆରଏଫ୍ ମୁଣ୍ଡଳି, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜଗନ୍ନାଥ ପାଢୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।
ସେହିପରି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଏନଡିଆରଏଫ୍ ବିଭାଗ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନର ଜନସାଧରଣଙ୍କୁ ବିପର୍ଯ୍ୟୟ ସମୟରେ କିପର ରକ୍ଷା କରାଯାଇ ପାରିବ ତାହାର ଏକ ମୋକ ଡ୍ରିଲ ଏନଡିଆରଏଫ୍ କମାଣ୍ଡର ବିବେକ କୁମାର ପାଣ୍ଡେଙ୍କ ତ୍ୱତବଧାନରେ ମୋକ ଡ୍ରିଲ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସତର୍କତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମସ୍ତ ଅତିଥିମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସତର୍କତା ଅବଲମ୍ବନ କରାଯାଇପାରିବ ସେ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ । ଜିଲ୍ଲାରେ ବିପର୍ଯ୍ୟୟ ସମୟରେ ସମସ୍ତେ ସଜାଗ ଓ ସତର୍କ ରହି ବିପର୍ଯ୍ୟୟ ସମୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନସାଧାରଣ ମିଳିତ ସହଯୋଗରେ ଗୋଟଏ ଟିମ ମାଧ୍ୟମରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଦୋଷ କୁମାର ଶତପଥୀ,ଜିଲ୍ଲା ବିପର୍ଯ୍ୟୟ ପରିଚାଳକ ମେନେଜର ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ,ଡେପୁଟି କଲେକ୍ଟର ଶ୍ରୀ ପ୍ରାନକୃଷ୍ଣ ପ୍ରାଣୀଗ୍ରାହୀ,ତହସିଲଦାର ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ,ବିଭାଗୀୟ ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରିଥିଲେ।

Exit mobile version