Site icon Awaj Media

ବରଗଡ଼ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ! ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ସମେତ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ଵାନ, ପଦ୍ମପୁର ଉପଜିଲ୍ଲାପାଳ କୁମାରୀ ଅରୁଗୁଲା ସ୍ନେହା ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣି ପୂର୍ବରୁ ଗାଇସିଲେଟ ବ୍ଲକ ସ୍ଥିତ ଅସ୍ଵାନ ହଲ ଠାରେ ଉପସ୍ଥିତ ରହି ସମସ୍ତ ବ୍ଲକସ୍ତରୀୟ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ପରିଶେଷରେ ଗାଇସିଲେଟ ସ୍ଥିତ ଚାଷୀ ମାନଙ୍କ ଧାନ ରଖିବା ବ୍ୟବସ୍ଥା ଦେଖିବା ପାଇଁ ମଣ୍ଡି ପରିଦର୍ଶନ କରିଥିଲେ !

Exit mobile version