ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସାଲୁଣି ଗ୍ରାମର ସିଦ୍ଧେଶ୍ଵର ମହାଦେବ ମନ୍ଦିର ଙ୍କ ପୀଠରେ ହବିଷ୍ୟଳି ଙ୍କ ନିଆରା ପୂଜାର୍ଚ୍ଚନା । ଧର୍ମ ର ମାସ, କାର୍ତ୍ତିକ ମାସ , କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ । କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବାରୁ ଏହି ମାସକୁ କାର୍ତ୍ତିକ ମାସ କୁଆଯାଏ । ନାରଦୀୟ ପୁରାଣ ଅନୁସାରେ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ । ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ । ଏହି ଧରମ ମାସରେ ହବିଷ୍ୟଳି ମାନେ କରି ଥାଆନ୍ତି ପୂଜାର୍ଚ୍ଚନା । ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ହବିଷ୍ୟଳି ମାନେ ପୂଜାର୍ଚ୍ଚନା କରୁଥିବା ବେଳେ ବାଣପୁର ବ୍ଲକ ସାଲୁଣି ଗ୍ରାମର ଆରାଧ୍ୟ ଠାକୁର ସିଦ୍ଧେଶ୍ଵର ମହାଦେବ ମନ୍ଦିର ଓ ସିଦ୍ଧ ବଳଦେବ ରାଧାକୃଷ୍ଣ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ୩୬ ରୁ ଉର୍ଦ୍ଧ୍ବ ହବିଷ୍ୟଳି ମାନେ ନିଆରା ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ହଳନ୍ଦା ଯିବା ସମୟରେ ରାସ୍ତା ପାର୍ଶ୍ଵରେ ପଡ଼ିଥାଏ ଏକ ବଡ଼ ମୁଣ୍ଡିଆ ପାହାଡ । ଏହି ପାହାଡ ତଳେ ରହିଛି ଏହି ସିଦ୍ଧେଶ୍ଵର ମହାଦେବ ଓ ସିଦ୍ଧ ବଳଦେବ ରାଧାକୃଷ୍ଣ ଙ୍କ ମନ୍ଦିର । ୧୮ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା ଏହି ମନ୍ଦିର । ସେହିଦିନ ଠାରୁ ସାଲୁଣି, ହଳନ୍ଦା ଓ କୋଳଥଡି ଗ୍ରାମର ୩୬ ଜଣ ହବିଷ୍ୟଳି କାର୍ତ୍ତିକ ମାସ ଆସିଲେ ଏକ ମାସ ମନ୍ଦିର ପ୍ରାଙ୍ଗଣ ନିଷ୍ଠାପର ଭାବେ ରହି ନିତିକାନ୍ତି ଅନୁସାରେ ସକାଳ ଓ ସନ୍ଧ୍ୟା ସମୟରେ ନାମ ସଙ୍କୀର୍ତ୍ତନ ସହିତ ରାଧା କୃଷ୍ଣ ବେଶ ହୋଇ ପୂଜାର୍ଚ୍ଚନା କରିବା ସହ ଏକ ଓଳା ହବିଷ ପ୍ରସାଦ ସେବନ କରିଥାନ୍ତି । ଏହି ଠାକୁର ଙ୍କ ପ୍ରତି ହବିଷ୍ୟଳି ମାନଙ୍କ ରହିଛି ଅଗାଧ ଭରଷା ଓ ବିଶ୍ୱାସ । ଏହି ମନ୍ଦିରରେ ଏକ ମାସ ଧରି ପୂଜାର୍ଚ୍ଚନା କରୁଥିବା ହବିଷ୍ୟଳି ମାନେ କହିଛନ୍ତି ଠାକୁରଙ୍କ କୃପା ରୁ ଆମ ମାନଙ୍କ ମନସ୍କାମନା ପୂରଣ ହୋଇଛି । ଯେଉଁମାନେ ଏଠାରେ ମାନସିକ କରି ଗୁହରିଆ ପଡ଼ିଥାନ୍ତି ସେମାନଙ୍କର ମନସ୍କାମନା ପୂରଣ ହେଉଥିବାର ବିଶ୍ୱାସ ଥିବାବେଳେ , ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ଧୁମ୍ ଧାମ୍ ର ସହିତ ଜାଗର ପର୍ବ, ଗିରି ଗୋବର୍ଦ୍ଧନ ପୂଜା ଓ ଅକ୍ଷୟ ତୃତୀୟା ପରି ଅନେକ ପର୍ବ ପାଳନ କରାଯାଏ ।
ବାଣପୁର ସାଲୁଣି ଗ୍ରାମର ସିଦ୍ଧେଶ୍ଵର ମହାଦେବ ମନ୍ଦିର ପୀଠରେ ହବିଷ୍ୟଳି ଙ୍କ ନିଆରା ପୂଜାର୍ଚ୍ଚନା !!!

