Site icon Awaj Media

ଗଜପତି ମହୋତ୍ସବ – ୨୦୨୪ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ମହୋତ୍ସବ – ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ! ଗଜପତି ଜିଲ୍ଲାର ଲୋକ କଳା ଉପରେ ଆଧାରିତ ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ, ଡିଏସପି ଡ଼. ଚନ୍ଦ୍ରଶେଖର ହୋତା ,ଉପ-ଜିଲ୍ଲାପାଳ ଅନୁପ ପଣ୍ଡା, ଅନାଦ୍ଧି ପଟ୍ଟନାୟକ, କୋଷାଧ୍ୟକ୍ଷ ଗଜପତି ଉତ୍ସବ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ରହିଥିଲେ । ଗଜପତି ମହୋତ୍ସବ ୨୦୨୪ ଅବସରରେ ପବିତ୍ର ମହେନ୍ଦ୍ରଗିରି ପର୍ବତ ଗିରିଶୃଙ୍ଗ ଠାରୁ ମଶାଲ ଶୁଭାରମ୍ଭ ହେବ । ଆସନ୍ତା ଡ଼ିସେମ୍ବର ୧୮ ଠାରୁ ୨୨ ତାରିଖ ଗଜପତି ଉତ୍ସବ ପଲ୍ଲୀଶ୍ରୀ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

Exit mobile version