କାଶୀନଗର ବ୍ଲକ ରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ! କେ.ସୀତାପୁର ହନୁମାନ ମନ୍ଦିର ଛକ ଠାରୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ବାହାରି ଭିସ୍ତାଳା, ହାଡୁଭାଙ୍ଗି, କିଡ଼ିଗାଁ, ବୁଦୁରା , ଗରିବନ୍ଧା ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲା ! ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଓ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ପୁର୍ବତନ ବିଧାୟକ କେ ସୂରିୟା ରାଓ, ରାଜ୍ୟ ବିଜେଡ଼ି ସମ୍ପାଦକ ପ୍ରଦୀପ ନାୟକ, ସମସ୍ତ ଅଧକ୍ଷ ଅଧକ୍ଷା ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତ ରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ବିଜେପି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରଙ୍ଗ ବଦଳା, ଦରଦାମ୍ ବୃଦ୍ଧି, ପ୍ରତିଶ୍ରୁତି ଦେଇ ପୁରଣ ନହେବା , ଦୋମୁହାଁ ନୀତି ବିରୁଦ୍ଧରେ ଉପସ୍ଥିତ ନେତାମାନେ ଗର୍ଜନ କରି ଜନସାଧାରଣ ଙ୍କୁ ସଚେତନ କରିଥିଲେ ।

Leave a Reply

Your email address will not be published. Required fields are marked *