Site icon Awaj Media

ଉପରଟମକା ଠାରେ ମନ୍ତ୍ରୀଙ୍କ ଉପସ୍ଥିତିରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାନଗଦି ବ୍ଳକ ଅନ୍ତର୍ଗତ ଉପରଟମକା ଠାରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତରେ ବିଜେପି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାମିଶ୍ରଣ ପର୍ବରେ କାଳିଆପାଣି କମର୍ଦ୍ଦା ଖଣିର 17 ଜଣ ଖାତାଦାର ଓ ସରୁଆବିଲି ଖଣିର 22 ଜଣ ଖାତାଦାରଙ୍କ ସହିତ ଖଣି ଶାଖା ଲୋଡ଼ିଂ ଶ୍ରମିକ ସଂଘ , ବହୁ ଶ୍ରମିକ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଦଳୀୟ ଉତ୍ତରିୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ରମଣୀ ରଞ୍ଜନ ବଳସାମନ୍ତ, ଯାଜପୁର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ୍, ଅମଳେନ୍ଦୁ ବେହୁରା, ବିଦ୍ୟାଧର ପାତ୍ର, ଦ୍ଵାରିକାନାଥ ଦାସ, ରବି ନାରାୟଣ ସାହୁ, ବେଣୁଧର ମହାନ୍ତ,ଦୀପକ ପାତ୍ର, ମିନତି ମହାନ୍ତ ଓ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version