Site icon Awaj Media

ବଣ ବାଉଁଶକଣ ଗ୍ରାମରେ ଅଗ୍ନିକାଣ୍ଡ : ୫ ଗାଈ ଜୀବନ୍ତ ଦଗ୍ଧ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦୁଧୁଜୋରି ପଞ୍ଚାୟତ ଅନ୍ତର୍ଗତ ବଣବାଉଁଶକଣ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ ଟି ଗାଈ ମୃତ୍ୟୁ ବରଣ କରିଛନ୍ତି ! ସୁଚନା ମୁତାବକ ବଣବାଉଁଶକଣ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଗ୍ରାମର ଦୁର୍ଗା ମହାନ୍ତଙ୍କର ଗୁହାଳ ଘର ଜଳି 5 ଟି ଗାଈ ଜୀବନ୍ତ ଦଗ୍ଧ ! ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ ଘର ମଧ୍ୟରେ ବନ୍ଧା ହୋଇଥିବା 5 ଟି ଗାଈ ନିଅଁ ରେ ପୋଡି ମୃତ୍ୟୁ ବରଣ କରିଥିଲେ ! ଏହି ଦୁଃଖଦ ଖବର ପାଇ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିର୍ଦେଶ କ୍ରମେ ତାଙ୍କ ସାନ ଭାଇ ତଥା ପୂର୍ବତନ ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳସାମନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

Exit mobile version