Site icon Awaj Media

ଧର୍ମ ପରାୟଣ ବ୍ୟକ୍ତି ଶତ୍ରୁଘ୍ନ ଜେନାଙ୍କ ପରଲୋକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଲୋକର ପର୍ବ ଦୀପାବଳୀ ରେ ଲିଭିଗଲା ଜୀବନ ଦୀପ ! ସାହୁପଡ଼ା ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ଏବଂ ସରଳ ବ୍ୟକ୍ତିତ୍ୱ ଶତ୍ରୁଘ୍ନ ଜେନାଙ୍କ ପରଲୋକ ହୋଇ ଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା | ସ୍ଥାନୀୟ ଆଳି ଅଂଚଳରେ ସେ ରେଡ଼ିଓ ମ୍ୟାନ ଭାବେ ପରିଚିତ ଥିଲେ | ସ୍ମାର୍ଟ ଟିଭି, ମୋବାଇଲର ଅତ୍ୟାଧୁନିକ ଡିଜିଟାଲ ଯୁଗରେ ବି ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୃତ୍ୟୁର ଶେଷ ପର୍ଯ୍ୟନ୍ତ ରେଡ଼ିଓକୁ ପାଖରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଥିଲେ | ଆକାଶବାଣୀ କଟକ କେନ୍ଦ୍ରର ଜଣେ ଵୟୋଜଷ୍ଠ ଶ୍ରୋତା ଏବଂ ପାଠକ ଭାବେ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରଶଂସିତ ହୋଇଛନ୍ତି | ସାହୁପଡ଼ା ଥାନପତୀ ଠାକୁରାଣୀଙ୍କ ଗୀତ ହେଉ କି ବନ୍ଦିର ଆତ୍ମକଥା, ଚିଲିକା କାବ୍ୟ, କାରା କବିତା, ଧର୍ମପଦ ପରି ବିଭିନ୍ନ ବହିର ସମ୍ପୂର୍ଣ ଖଣ୍ଡକାବ୍ୟ ତାଙ୍କ ମୁଁହରେ ଘୋଷା ହୋଇ ରହିଥିଲା | ବହି ନ ଦେଖି ଶହ ଶହ ପୃଷ୍ଠାର କାବ୍ୟକୁ ଆବୃତ୍ତି କରିପାରନ୍ତି | ପୁରୀ ସ୍ୱର୍ଗଦ୍ଵାରରେ ଶ୍ରୀଯୁକ୍ତ ଜେନାଙ୍କ ଅନ୍ତ୍ୟଷ୍ଟି କାର୍ଯ୍ୟ ସମାପନ କରାଯାଇଥିଲା | ସାନ ପୁଅ ତଥା ଯୁବ କବି ଶିଶିର କୁମାର ଜେନା ମୁଖାଗ୍ନି ଦେଇଥିଲେ | ମୃତ୍ୟୁ ବେଳକୁ ତାଙ୍କ ପାଖରେ ବଡ଼ ପୁଅ ଅଧିବକ୍ତା ସମର ଜେନା, ଶିକ୍ଷୟତ୍ରୀ ବୋହୂ ସୁଶାନ୍ତି ଜେନା, ସାନ ବୋହୂ ଲତାଶ୍ରୀ ଜେନା, ଦୁଇ ଭାଇ ବିଶିଷ୍ଟ ରାଜନୀତିଜ୍ଞ ଅନାଦି ଚରଣ ଜେନା, ବ୍ୟବସାୟୀ ଗଗନ ବିହାରୀ ଜେନା, ଏକମାତ୍ର ଝିଅ ଅଧ୍ୟାପିକା ତଥା ସୁଲେଖିକା ମମତା ଜେନା, ଭୁବନେଶ୍ୱର ପଳାଶୁଣୀ ୱାର୍ଡର ପୂର୍ବତନ କାଉନସିଲର ରମେଶ ସାହୁ, ଝିଅ ନାରୀନେତ୍ରୀ ପୂଜାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ | ଆଳି ସାହୁପଡ଼ା ମାଟିର ସରଳ ନିସ୍ଵାର୍ଥପର ମଣିଷ ଶତ୍ରୁଘ୍ନ ଜେନାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି | ତାଙ୍କ ଅମର ଆତ୍ମାର ସଦଗତି କାମନା କରି ନ ମୌଜା ସରପଞ୍ଚ ନିଜ ଶୋକବାର୍ତ୍ତାରେ ଜେନା ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି |

Exit mobile version