Site icon Awaj Media

ଚିଲିକା ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ : ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରାଳ ମାଳିନୀ ନିଲାମ୍ବୁ ଚିଲିକାର ପୁରାତନ ଐତିହ୍ୟ, ସଂସ୍କୃତି ଓ ନୌବାଣିଜ୍ୟ ପରମ୍ପରାକୁ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣମୀ ଉପଲକ୍ଷେ ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ବାଲୁଗାଁ ଚିଲିକା କୂଳରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ l ଏହି ପରିପ୍ରେକ୍ଷୀରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଜ୍ୟୋତି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଏନ ଏ ସି ଅଧ୍ୟକ୍ଷ ମିଟୁ ନାୟକ, ସମସ୍ତ କାଉନସିଲର ବୃନ୍ଦଙ୍କ ସମେତ ବାଲୁଗାଁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତଥା ବଣିକ ସଂଘ, ବୋଟ ଆସୋସିଏସନ, ମତ୍ସ୍ୟ ବ୍ୟବସାୟ ସଂଘ, ପରିବା ବ୍ୟବସାୟ ସଂଘ, ଗଣମାଧ୍ୟମ ପ୍ରତିନିଧି, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିଦ୍ୟୁତ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l ଚଳିତ ବର୍ଷ ଏହି ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ଓ ସରସ ସୁନ୍ଦର ଭାବେ ସମ୍ପର୍ଣ୍ଣ ହେବ ସେ ଦିଗରେ ମତାମତ ଗ୍ରହଣ ପରେ ସମସ୍ତ ଅନୁଷ୍ଠାନ ଓ ଅଞ୍ଚଳବାସୀଙ୍କ ସହଯୋଗ କାମନା କରାଯାଇଥିଲା l ଏହି ଉତ୍ସବରେ ବହୁ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର ସୂଚନା ରହିଛି l ଏଥି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆତସବାଜି ଓ ମେଲୋଡ଼ି କାର୍ଯ୍ୟକ୍ରମ ଆଦି ରହିଛି l

Exit mobile version