ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ତ୍ତିକ ମାସ ହେଉଛି ଏକ ମହା ପୁଣ୍ୟ ମାସ । ଏହି ମାସରେ ପ୍ରାତଃ ସମୟରୁ ଶଯ୍ୟା ତ୍ୟାଗ କରି ସ୍ନାନ କରିବା ଦ୍ୱାରା ବହୁ ପୁଣ୍ୟ ମିଳିଥାଏ । ମହିଳା ମାନେ ଏହି ମାସରେ ହବିଷ ପାଳନ କରିଥାନ୍ତି । ପ୍ରତିଦିନ ଭୋର ତିନିଟା ରୁ ଉଠି ଗାଧୋଇ ତୁଳସୀ ଚଉରା ମୂଳରେ ପଞ୍ଚ ମୁରୁଜରେ ଝୋଟି ପକାଇ ଭୋଗ ନୈବେଦ୍ୟ ସହ ଫୁଲ, ଫଳ, ଧୂପ, ଦୀପ ଜଳାଇ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ହବିଷ୍ୟାଳି ମାନେ ଜଳାଶୟ ନିକଟରେ ଥିବା ତୁଳସୀ ଗଛ ମୂଳରେ ଝୋଟି ମୁରୁଜ ପକାଇ ଧୂପ, ଦୀପ, ଦୁବ, ଆଳତୀ ଫୁଲ ସହିତ ବିଭିନ୍ନ ଫଳ ପାଚିଲା ଭୋଗ ଲଗାଇ ମାଆ ବୃନ୍ଦାବତୀ ନିକଟରେ ପୂଜା କରିଥାନ୍ତି । ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ପାଣି ଦିଅନ୍ତି । ପୁରାଣ ଓ କାର୍ତ୍ତିକ ପୁରାଣ ପାଠ କରି ହୁଳହୁଳି, ଗୀତ ଗାଇ ଚଉରା ପରିକ୍ରମା କରି ପୂଜା କରିଥାନ୍ତି । ଶେଷରେ ପୂଜା ସାମଗ୍ରୀକୁ ଜଳାଶୟ ରେ ବିସର୍ଜନ କରିଥାନ୍ତି।
ହବିଷ୍ୟାଳିଙ୍କ କାର୍ତ୍ତିକ ମାସ ପାଳନ !!!

