Site icon Awaj Media

ବାଙ୍କୀ ରେ ବିଜେଡି ଜନସମ୍ପର୍କ ପଦଯାତ୍ରା : କିଛି ଝଲକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଆୱାଜ ମିଡ଼ିଆ : ଡେରିରେ ହେଲେ ମଧ୍ୟ ବାଙ୍କୀ ରେ ଆୟୋଜିତ ହୋଇଯାଇଛି ବିଜେଡି ର ଜନସମ୍ପର୍କ ପଦଯାତ୍ରା ! ନିର୍ବାଚନ ଓ ସରକାର ପରିବର୍ତ୍ତନ ପରେ ଏହା ଥିଲା ବାଙ୍କୀ ବିଜେଡି ର ପ୍ରଥମ ରାଜନୈତିକ ସମାବେଶ ! ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଥିଲେ ବେଶ ଉତ୍ସାହିତ ! ଆଉ ମଞ୍ଚରେ ଶୁଣିବାକୁ ମିଳିଥିଲା ଅଲଗା ସ୍ଵରର ଭାଷଣ ! ବିଶେଷ କରି ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଙ୍କ ଭାଷଣ ଆଗରେ ସମସ୍ତ ନେତା ପଡି ଯାଇଥିଲେ ଫିକା ! ଆଗରୁ ବାଙ୍କୀ ରେ ବିଜେଡି ର ମିଟିଙ୍ଗ ହେଲେ ନବୀନ ବାବୁଙ୍କ ଠାରୁ ଆରମ୍ଭ ହୋଇ ପ୍ରଭାତ ତ୍ରିପାଠୀ ନାମରେ ସରୁଥିଲା ଭାଷଣ , ମଝିରେ କାଁ ଭାଁ କେହି ବିଧାୟକଙ୍କୁ ପଦେ ସମ୍ବୋଧନ କରି ଦେଉଥିଲେ ! ହେଲେ ଏ କାର୍ଯ୍ୟକ୍ରମ ଥିଲା ନିଆରା ! ସମସ୍ତଙ୍କ ଭାଷଣରେ ଥିଲା ପଚିଶ ବର୍ଷ ବନାମ ଛ ମାସ ର କାମ ! ବାଙ୍କୀ ରେ ଲଗାତାର ଚାରି ଥର ନିର୍ବାଚିତ ହୋଇଥିବା ପ୍ରଭାତ ବାବୁ ଏବଂ ତାଙ୍କ ପୁଅ କଣ କରିଛନ୍ତି କେହି କହି ନଥିଲେ , ହେଲେ ନିର୍ବାଚନ ସମୟରେ କଣ କରିବେ ବୋଲି କହି ସରକାର କଣ କରି ପାରି ନାହାନ୍ତି ତାହା ଥିଲା ସମସ୍ତଙ୍କ ମୁଁହରେ ! ସମାଲୋଚନା ର ଫ୍ଲୋ ଏତେ ଜୋର ଥିଲା ଯେ , ଭାଷଣରେ ସରକାରଙ୍କ ଶ୍ରାଦ୍ଧ କରିଥିଲେ ବିଜେଡି ନେତା ! ଏପରିକି ଖୋଦ ବିଧାୟକ ମଧ୍ୟ ଭାଷଣରେ ସଂଯମତା ରଖି ପାରି ନଥିଲେ , ରାଜ୍ୟ ସରକାରଙ୍କୁ ମିଛୁଆ ରାଧୁଆ ଏପରିକି ଗାଲୁଆ ବୋଲି କହିଥିଲେ ! ହେଲେ ସବୁ ଉପରେ ପୁରା ନିୟନ୍ତ୍ରଣ ରଖି ଶାଣିତ କିନ୍ତୁ ମାର୍ଜିତ ଢ଼ଙ୍ଗରେ ଅଭିଭାଷଣ ରଖିଥିଲେ ପ୍ରଣବ ପଟେଲ ! କିନ୍ତୁ ଗୋଟାଏ ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଥିଲା ! ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଭାଷଣ ଦେବା ସମୟରେ ପୂର୍ବତନ ବିଧାୟକ ତଥା ତାଙ୍କ ବାପା ପ୍ରଭାତ ତ୍ରିପାଠୀ ଙ୍କର ବଡି ଲାଙ୍ଗୁଏଜ ଯାହା ଥିଲା ପ୍ରଣବ ପଟେଲ ଭାଷଣ ଦେବା ସମୟରେ ତାହା ଟିକେ ଅଲଗା ଥିଲା ! ବାଙ୍କୀ ର ରାଜନୈତିକ ସମୀକ୍ଷକଙ୍କୁ ଆମର ପ୍ରଶ୍ନ , ଏପରି ଦୁଇ ପ୍ରକାର ହାବଭାବର କଣ ହୋଇପାରେ କାରଣ !

Exit mobile version