Site icon Awaj Media

ପୁରୀରେ ଗୋ-ନବରାତ୍ର ମହୋତ୍ସବ ଆୟୋଜିତ : ଯୋଗଦେଲେ ମୁଖ୍ୟମନ୍ତ୍ରୀ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀରେ ଗୋ-ନବରାତ୍ର ମହୋତ୍ସବ ଆୟୋଜିତ ! ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ! ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ , ଓଡିଶାରେ ଦୁଗ୍ଧର ଚାହିଦା ଓ ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ ହେବ ! ଗୋ-ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ କଠୋର ପଦକ୍ଷେପ ନିଆଯିବ , ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ ! ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି । ଏହି ଅବସର ରେ ସ୍ମରଣିକା ଗୋ ମୁଖ ଏବଂ ଅନ୍ୟ ଏକ ପୁସ୍ତକ ଏଇ ମାଟି ର ରତ୍ନମାଳା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ସାଧୁ, ସନ୍ଥ, ଗୋ ସେବକ, ଗୋ ପାଳକ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Exit mobile version