Site icon Awaj Media

ପାରଳାଖେମୁଣ୍ଡି ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ! ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଘାଟନ ସମାରୋହରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ , ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ମୋହନ ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସଭାପତିତ୍ବ ରେ ଆୟୋଜିତ ସଭାରେ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ତୁଷାର ରଞ୍ଜନ ସାହୁ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିସା ବେହେରା ପ୍ରମୁଖ ଯୋଗଦାନ କରି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୪ କୁ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲାରେ ଉତ୍ତମ ଚାଷୀ ଭାବେ ଗୋଷାଣୀ ବ୍ଲକର କୋଟା ଦେବ ରାଜୁ , ମୋହନା ବ୍ଲକର ମା ମଙ୍ଗଳା ମହିଳା ମଣ୍ଡଳ ସ୍ୱୟଂ ସହାୟିକା ଗୋଷ୍ଠୀ, ଗୁମ୍ମା ବ୍ଲକର ସେଙ୍କରି ଶବର ଓ ମୋହନା ବ୍ଲକର ଉଜ୍ଜେଲେଶ୍ୱରି ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ପୁରସ୍କୃତ କରାଯାଇଛି ।

Exit mobile version