Site icon Awaj Media

ବସ୍ ଦୁର୍ଘଟଣା – ଡ୍ରାଇଭର ମୃତ : ୧୦ ରୁ ୧୨ ଗୁରୁତର !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଲୁଣିସରା ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା ! ସୂଚନା ଥାଉକି ଅପରାହ୍ନ ସମୟରେ ରାମ ଦୂତ ନାମକ ଯାତ୍ରୀବାହୀ ବସ ରାଇକିଆ ରୁ ଭୁବନେଶ୍ୱର ଯାଉଥିବା ବେଳେ ଲୁଣିସରା ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତାରେ ଓଲଟି ପଡ଼ିଥିଲା । ଗାଡ଼ିରେ ପ୍ରାୟ ୩୦ ରୁ ୪୦ ଯାତ୍ରୀ ଯାଉଥିବା ବେଳେ ଦୁର୍ଘଟଣାରେ ୧୦ ରୁ ୧୨ ଗୁରୁତର ଆହତ ହୋଇଛନ୍ତି ! ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା । ଘଟଣାସ୍ଥଳରେ ନୂଆଗାଁ ଥାନା ଆଇଆଇସି ଶରତ ଚନ୍ଦ୍ର ସେଠୀ, ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୁଲୀ , ନୂଆଗାଁ ଆଡିସିନାଲ ତହସିଲଦାର କବିରାଜ ସେଠି ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଡ୍ରାଇଭର ବିରେନ୍ ସାହାଣୀ ଙ୍କୁ ମୃତ୍ୟୁ ବରଣ କରିଥିଲେ । ୧୦ ରୁ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି ! ଅନ୍ୟ ପଟେ ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ସତ୍ତ୍ୱେ , ଦୁର୍ଘଟଣା ଖବର ପାଇଵା ମାତ୍ରେ କାର୍ଯ୍ୟକ୍ରମ ଅଧାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦୁର୍ଘଟଣା ସ୍ଥଳୀ ଦେଖିବା ସହ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ଭେଟି ସ୍ବାସ୍ଥ୍ୟ ବିଷୟରେ ପଚାରିଥିଲେ ।

Exit mobile version