ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ସେଲଡକ ଅନ୍ତର୍ଜାତୀୟ ଲୋକକଳା ମହୋତ୍ସବ ନଭେମ୍ବର ୯ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚିଲିକା ଗୁହ୍ୟହ ବରକୁଳ ଓଡିଆର୍ଡ ସେଣ୍ଟର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ: ଏସିଆର ତାଜ ସଙ୍ଗୀତ ଓ ସଂଯୁକ୍ତ ବାଦ୍ୟ ଉତ୍ସବ । ଲୋକବାଦ୍ୟ କଲା କୁ ନେଇ ଏପରି ଏକ ବିରଳ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆମ ରାଜ୍ୟରେ ଆୟୋଯିତ ହେଉ ଅଛି ।
ଶନିବାର ସଂଧ୍ୟାରେ ଏହି ମହୋତ୍ସବକୁ ପୃଥୀରାଜ ହରିଚନ୍ଦନ, ମାନ୍ୟବର ଆଇନ, ଅବକାରୀ ଓ ପୂର୍ବବିଭାଗର ମନ୍ତ୍ରୀ ଉଦଘାଟନ କରିଥିଲେ । ସମ୍ମାନିତ କରିଥିଲେ ବିଭୂତି ଭୂଷଣ ଜେନା, ମାନ୍ୟବର ବାଣିଜ୍ୟ, ଇସ୍ପାତ ଓ ଖଣି ମନ୍ତ୍ରୀ ଏବଂ ସୂର୍ଯ୍ୟବଂଶୀ ସୁରାଜ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ରାଷ୍ଟ୍ରମନ୍ତ୍ରୀ ଅନ୍ୟତମ ଅତିଥୁ ରୂପେ ଉପସ୍ଥିତ ରହିବେ ବୋଲି ସଦୟ ସମ୍ମତି ଜଣାଇଛନ୍ତି । ଚଳିତ ବର୍ଷ ଚିଲିକା ସେଲତକ ଅନ୍ତର୍ଜାତୀୟ ଲୋକକଳା ମହୋତ୍ସବ ଦଶମ ବର୍ଷରେ ପଦାର୍ପଣ କରୁ ଅଛି । ଓଡିଆର୍ଟ କେନ୍ଦ୍ରର ସଜୀବ ମାନସ ରଞ୍ଜନ ପଟ୍ଟନାୟକଙ୍କ ମତ ଅନୁଆୟୀ ଏହି ମହୋତ୍ସବରେ ଭିଏତନାମ, ଦକ୍ଷିଣ କୋରିଆ ଓ ଭାରତର ବିଭିନ୍ନ ଅଞ୍ଚଳରୁ ନିମନ୍ବିତ କଳାକାର ମାନେ ଯୋଗ ଦେଇ ସଂଯୁକ୍ତ ବାଦ୍ୟଧ୍ଵନୀ ପରିବେଷଣ କରିବେ । ଏହା ବ୍ୟତୀତ ଧ୍ଵନୀ ବାଦନର ଯାଦୁକର ଓଡିଶାର ସୁପ୍ରସିଦ୍ଧ କଳାକର ଡଃ ଗିରୀଧାରି ଗମାଙ୍ଗୋ ଓ ତାଙ୍କ ଦଳ ଚିରାଚରିତ ଢଙ୍ଗରେ କଳାତ୍ମକ ପ୍ରଦର୍ଶନ କରି ଲୋକଙ୍କ ନିକଟରେ ପ୍ରଦର୍ଶନ କରିଥିଲେ । ଦେଶର ବିଭିନ୍ନ ଅଞ୍ଚଳର ଲୋକବାଦ୍ୟ ମଧ୍ୟରେ ବଙ୍ଗର ଶ୍ରୀଖୋଳ, ମଣିପୁରର ଢୋଲ ଛଳମ, ଆସାମର ଭୋର ତାଲ । ମହାରାଷ୍ଟ୍ରର ମହାଢୋଲ, ଆନ୍ଧ୍ର ପ୍ରଦେଶର କାରାଘମ କାବାଡି ଓ ଓଡିଶାର ଘଣ୍ଟ, ମର୍ଦ୍ଦଳ, ହେମସା ପ୍ରଭୃତି ପ୍ରମୁଖ ଅନ୍ତର୍ଭୁକ୍ତ । ଓଡିଆର୍ଟର ମୁଖ୍ୟ ପରିଚାଳକ ପ୍ରସନ କୁମାର ଦାସଙ୍କ ମତରେ ଏ ସମସ୍ତ ବାଦ୍ୟଯନ୍ତ୍ର ଓ ତାର ବାଦକ ବୃନ୍ଦ ପ୍ରତି ପ୍ରଦେଶର ଲୋକ ସଂସ୍କୃତି ତଥା ଐତିହ୍ୟର ପ୍ରତିନିଧ୍ଵ କରିଛି । ଉତ୍ସବକୁ ଅଧିକ ମନୋଜ୍ଞ ଓ ଅବିସ୍ମରଣୀୟ କରିବା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ଦେଶ ତଥା ଅଞ୍ଚଳର ସ୍ୱତନ୍ତ୍ର ସୃଜନଶୀଳତା ଓ କଳାତ୍ମକ ଅଭିବ୍ୟକ୍ତିକୁ ପରଷ୍ପର ଆଦାନ ପ୍ରଦାନର ମାଧ୍ୟମରେ ଲୋକବାଦ୍ୟର ଏକ ମହା ସଂଯୋଗ ସୁଯୋଗ ସୃଷ୍ଟି କରିବା ଏହି ମହୋତ୍ସବର ପ୍ରଧାନ ଲକ୍ଷ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପାଞ୍ଚଦିନ ଧରି ଓଡିଆର୍ଟ ପରିସରରେ ଟେରାକୋଟା, ପଟ୍ଟଚିତ୍ର, ଚାନ୍ଦୁଆ, ଏମ୍ବୁଇଡେରୀ, କାଇଁତ ମାଳୀ ପ୍ରଭୃତି ହସ୍ତକଳାର ଶିଳ୍ପୀମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଆଖ ପାଖ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ଓ ଆଗ୍ରହୀ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବେ । ଓଡିଆର୍ଟର ପ୍ରଶିକ୍ଷଣ ଶିବିରରେ ଏ ପ୍ରକାର କାର୍ଯ୍ୟକ୍ରମ ବର୍ଷର ଅଧିକାଂଶ ସମୟରେ ଆୟୋଯିତ ହେଉ ଅଛି । ସୂଚନା ଯୋଗ୍ୟ କି ‘ଦି ସୋସାଇଟି ଫର ଡେଭେଲପମେଣ୍ଟ ଅଫ ରୁରାଲ ଲିଟେରେଚର୍ ‘ର ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ଉଚ୍ଚମାନର କଳାକୃତୀ ମାନଙ୍କୁ ନେଇ ଏକ ସଂଗ୍ରହାଳାୟ ଓ ଓଡିଆର୍ଟ ସେଣ୍ଟର ୧୯୧୭ ମସୀହାରେ ସ୍ଥାପିତ ହୋଇ ଥିବା ବେଳେ ଓଡିଶାର ପୁରପଲ୍ଲୀରେ ଥିବା ଲୁପ୍ତପ୍ରାୟ ଲୋକ କଳାକୁ ପୁନଃ ଉଦ୍ଧାର କରିବା ଅଡିଆର୍ଟର ପ୍ରୟାସ ବୋଲି ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି । ସଂସ୍କୃତିକୁ ପୁନର୍ଜୀବିତ କରି ଗ୍ରାମୀଣ କଳାକାର ମାନଙ୍କୁ ପ୍ରୋତ୍ସାହନ ଦେବା ମହତ ଉଦ୍ଦେଶକୁ ନେଇ ଏହି ସନ୍ଥା ଗଢି ଉଠିଛି । ଛୋଟ ବଡ ୧୬ଟି ଗ୍ୟାଲେରୀ ଏହି ଓଡିଆର୍ଟ ପ୍ରାଙ୍ଗଣରେ ଉପଲବ୍ଧ । ଗ୍ୟାଲେରୀ ମାନଙ୍କରେ ସଜ୍ଜିତ ଉଚ୍ଚକୋଟୀର କଳାକୃତୀ ମାନ ଦେଶ ବିଦେଶର ଜଳାପ୍ରେମୀ ମାନଙ୍କୁ ବର୍ଷ ତମାମ ଆକୃଷ୍ଟ କରି ଥାନ୍ତି । ଏହାବ୍ୟତୀତ ଆଉ ଛ’ଟି ଅତିରିକ୍ତ ଗ୍ୟାଲେରୀ ମାନ୍ୟବର ମନ୍ତ୍ରୀଙ୍କ କରକମଳରେ ଏହି ମହୋତ୍ସବର ପ୍ରାରମ୍ଭରେ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବର ଅବସରରେ ଦୁଇଜଣ ପଟ୍ଟଚିତ୍ର ଶିଳ୍ପୀଙ୍କୁ ସମ୍ମାନିତ କରାଯିବ । ଓଡିଆର୍ଟର ଉପଦେଷ୍ଟା ପ୍ରସନ୍ନ କୁମାର ଦାସଙ୍କ ସମ୍ପାଦିତ ଚିତ୍ରକଳା ପୁସ୍ତକ, ପଟ୍ଟଚିତ୍ର ଟୁ ଡେ ‘ ମଧ୍ୟ ଉନ୍ମୋଚିତ ହେବ । ଏହା ବ୍ୟତୀତ ‘ଇଣ୍ଟେର୍ନେସନାଲ୍ ୟୋତ୍ର ଏଶ ଚିଲ୍ ଡ୍ରେନ୍ ଆର୍ଟ କଣ୍ଟେଷ୍ଟ’ ରେ ଯୋଗ ଦେଇ ଥିବା ପ୍ରତିଯୋଗୀ ମାନଙ୍କର ଚିତ୍ର ତଥା ପଟ୍ଟଚିତ୍ର ପ୍ରତିଦ୍ଵନ୍ଦିତାରେ ଭାଗ ନେଇଥିବା ପଟ୍ଟଚିତ୍ର ମାନଙ୍କୁ ଏହି ହହୋତ୍ସବରେ ପ୍ରଦର୍ଶିତ ହେବ । ଏହି ମହୋତ୍ସବର ଓଡିଆର୍ଟ ସେଣ୍ଟର, ବରକୁଳ; ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ତଥା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକତା | ଓଡିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ଆୟୋଯିତ ହୋଇଅଛି ।ଏହା ବ୍ୟତୀତ ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ଅନ୍ୟାନ୍ୟ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷ ସହଯୋଗର ହାତ ବଢାଇ ଅଛନ୍ତି । ଏହି ମହୋତ୍ସବରେ ରାଜ୍ୟର ବହୁ କଳାପ୍ରେମୀ, କଳା ଗବେଷକ,ବୁଦ୍ଧିଜୀବି, କାରିଗର, ଶିଳ୍ପୀ ସଙ୍ଗଠକ ଓ ସ୍ଥାନୀୟ ବାସିନ୍ଦା ବହୁ ପରିମାଣରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରିୟ ରଞ୍ଜନ କର ଓ ଚାର୍ଟେଡ ଏକାଉଣ୍ଟେଣ୍ଟ ତଥା କଳାପ୍ରେମୀ ବନେସା ମିଶ୍ର ଉତ୍ସବର ଉପସ୍ଥାପିକା ଭାବେ ମଂଚ ପରିଚାଳନା କରିଥିଲେ ।
ଏସିଆର ତାଜ ସଙ୍ଗୀତ ଓ ସଂଯୁକ୍ତ ବାଦ୍ୟ ଉତ୍ସବ ଉଦଘାଟିତ !!!

