Site icon Awaj Media

2025 – 26 ରେ ମିରାକିଲ ମେକର୍ସ ଥିମ ନେଇ କାମ କରିବାକୁ ଲକ୍ଷ୍ୟ ରଖିଛି ରୋଟାରୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆସନ୍ତା 2025 – 26 ପାଇଁ ରୋଟାରୀ ପ୍ରାନ୍ତପାଳ ଭାବରେ ଦାୟିତ୍ୱ ନେବେ ବରିଷ୍ଠ ରୋଟାରୀଆନ ମନୋଜ କୁମାର ତ୍ରିପାଠୀ ! ମିରାକିଲ ମେକର୍ସ ଥିମ ନେଇ କାମ କରିବାକୁ ଲକ୍ଷ୍ୟ ରଖିଥିବା ରୋଟାରୀ ଏବେଠାରୁ ଆରମ୍ଭ କରିଛି ପ୍ରସ୍ତୁତି ! ରାଜଧାନୀ ଉପକଣ୍ଠ ପଟିଆ ସ୍ଥିତ ହୋଟେଲ ସୁରଜ ପ୍ୟାଲେସ ରେ ଆୟୋଜିତ ହୋଇଥିଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ! ବିଶ୍ବ ର ସର୍ବ ବୃହତ ସାମାଜିକ ସଂଗଠନ ହେଉଛି ରୋଟାରୀ ଗୃପ ! ପାଖାପାଖି 150 ରୁ ଅଧିକ ଦେଶରେ ରୋଟାରୀ ର ଶାଖା ରହିଛି ! ଆମ ରାଜ୍ୟରେ ରୋଟାରୀ ର ବିଭିନ୍ନ ଶାଖା ଅନ୍ୟ ସଂଗଠନ ପାଇଁ ଉଦାହରଣ ପାଲଟିଥିବା ସମୟରେ , ରୋଟାରୀ କ୍ଲବ ଅଫ ଇନଫୋସିଟି ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବେଶ ଜଣାଶୁଣା ! ରୋଟାରୀ ଜିଲ୍ଲା 3262 ର ଉପ ପ୍ରାନ୍ତପାଳ ଏବଂ ଜୋନାଲ ଚେୟାର ମାନଙ୍କର ଏହି ଟ୍ରେନିଂ କ୍ୟାମ୍ପ ରେ ମୁମ୍ବାଇ ଏବଂ ନାସିକ ରୁ ଅଭିଜ୍ଞ ରୋଟାରୀଆନ ମାନେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ! ଆଗାମୀ ଦିନରେ କୃତ୍ରିମ ଅଙ୍ଗ ପ୍ରଦାନ , ବୃକ୍ଷ ରୋପଣ , ଅନ୍ନପୂର୍ଣ୍ଣା , ରକ୍ତଦାନ ଶିବିର ଏବଂ କ୍ୟାନସର ପରି ମାରାତ୍ମକ ରୋଗ ପାଇଁ ମାଗଣା ଚିକିତ୍ସା ଉପଲବ୍ଧ କରାଇବାର ଯୋଜନା ରଖିଛି ରୋଟାରୀ ଗୃପ !

Exit mobile version